ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ କରି ଭାରିଯାନ ଯାତାୟାତ କରିପାରିବା ଭଳି ନିର୍ମାଣ ଉଦ୍ଦେଶ୍ୟରେ ୨୦୨୨ରେ ଭଙ୍ଗାଯାଇଥିଲା। ଏହାପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନୂତନ ପୋଲ ନିର୍ମାଣ କରିବା ଲାଗି ୨କୋଟି ୪୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲ। ପ୍ରସ୍ତାବ ମଞ୍ଜୁରି ନିମନ୍ତେ ସରକାରଙ୍କ ନିକଟରେ ଦାଖଲ କରାଯାଇଥିଲା। ଏହା ମଞ୍ଜୁରି ପାଇବା ପରେ ଗତ ମାର୍ଚ୍ଚ ପ୍ରଥମ ସପ୍ତାହରେ ବିଧାୟକ ଶିଳାନ୍ୟାସ କରିଥିଲେ। ଇତିମଧ୍ୟରେ ଦେଢ଼ ମାସ ଅତିକ୍ରାନ୍ତ କରିଥିଲେ ବି ପୋଲ ନିର୍ମାଣର ନା ଗନ୍ଧ ନାହିଁ।
ଏହି ରାସ୍ତା ଉପରେ ବଡ଼ଙ୍ଗ, ପରିଆଙ୍ଗ, ପାନପଲ୍ଲି, ମାଲିପୁରା ଓ ସମାଗୋଳ ଆଦି ଗ୍ରାମର ୧୦ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ନିର୍ଭରଶୀଳ। ମାତ୍ର ନୂତନ ପୋଲ ନିର୍ମାଣ ହେଉ ନ ଥିବାରୁ ସେମାନେ ଅସନ୍ତୋଷବ୍ୟକ୍ତ କରିଛନ୍ତି। ବିଳମ୍ବ ସମ୍ପର୍କରେ କୁଜଙ୍ଗ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବୁଦ୍ଧନାଥ ସିଂଙ୍କୁ ପଚାରିବାରେ,୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ନିର୍ମାଣ କାର୍ଯ୍ୟରେ ବାଧକ ସାଜିଛି ବୋଲି କହିଥିଲେ। ବିଭାଗ ପକ୍ଷରୁ ପୋଲ ସିଧାରୁ ଖୁଣ୍ଟ ହଟାଇବା ପାଇଁ ବିଦ୍ୟୁତ୍‌ ବିଭାଗକୁ ଚିଠି କରାଯାଇଛି।
ମାତ୍ର ବିଦୁତ୍‌ ବିଭାଗ ପକ୍ଷରୁ ଖୁଣ୍ଟ ଘୁଞ୍ଚାଇବାକୁ ପଦକ୍ଷେପ ନିଆଯାଉ ନ ଥିବାରୁ ପୋଲ ନିର୍ମାଣ କାର୍ଯ୍ୟ ଅଟକିଛି ବୋଲି ସେ କହିଥିଲେ। ଏ ସମ୍ପର୍କରେ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଅମରେନ୍ଦ୍ର ନନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଖୁଣ୍ଟ ସ୍ଥାନାନ୍ତର ପାଇଁ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏନେଇ ବ୍ୟୟ ଅଟକଳ କରାଯାଇ ଗ୍ରାମ ଉନ୍ନୟନ ବିଭାଗକୁ ଦିଆଯିବା ସହ ଉକ୍ତ ପରିମାଣର ଅର୍ଥ ପୈଠ କରିବା ପାଇଁ କୁହାଯାଇଛି। ହେଲେ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ଏହି ଅର୍ଥ ପୈଠ କରାଯାଇ ନଥିବାରୁ ଉକ୍ତ ଖୁଣ୍ଟ ସ୍ଥାନାନ୍ତର ହୋଇପାରୁନାହିଁ ବୋଲି କହିଥିଲେ। ଏଭଳି ଭାବେ ଉଭୟ ବିଭାଗ ପରସ୍ପରକୁ ଦୋଷାରୋପ କରୁଥିବାବେଳେ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହି ରାସ୍ତା ଦେଇ ଚାଷୀମାନେ କୁଜଙ୍ଗ ଓ ପାରାଦୀପ ବଜାର ସମେତ ବାହାରକୁ ପରିବା ପଠାଇଥାନ୍ତି। ବହୁ ଛାତୀଛାତ୍ର ମଧ୍ୟ ଏହି ରାସ୍ତା ଦେଇ ଯାତୟାତ କରିଥାନ୍ତି। ପୋଲ ଭଙ୍ଗା ଯିବା ପରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାତାୟାତ ଲାଗି କରାଯାଇଥିବା ଅସ୍ଥାୟୀ ଶୋଠ ରାସ୍ତାରେ ବର୍ଷାଦିନେ ଅଧିକ ସମସ୍ୟା ହୋଇଥାଏ। ଆଉ ଦୁଇମାସ ପରେ ବର୍ଷା ଋତୁ ଆସିବା। ଯଦି ଭୀଷଣ ବର୍ଷା ହେବ ଅସ୍ଥାୟୀ ଶୋଠ ରାସ୍ତା ଧୋଇ ଯିବାର ଆଶଙ୍କା ରହିଛି। ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ପୋଲ ନିର୍ମାଣ କରିବାକୁ ସାମାଜିକ କର୍ମୀ ସୁଦର୍ଶନ ବାରିକ, ରାମଚନ୍ଦ୍ର ଭୋଳ, ପ୍ରମୋଦ ପରିଡ଼ା ଓ ଅଜୟ ଭୋଳ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri