୧୧ ନିୟୁତ ବେଆଇନ ଶରଣାର୍ଥୀଙ୍କୁ ନାଗରିକତ୍ୱ ମିଳିବ

ଓ୍ବାଶିଂଟନ, ୧୫ା୧୦:ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ୍‌ ପାର୍ଟି ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍‌ ଜନମତକୁ ପ୍ରଭାବିତ କରିବା ଲାଗି ଏକ ବଡ଼ ଘୋଷଣା କରିଛନ୍ତି। ନଭେମ୍ବର ୩ ନିର୍ବାଚନରେ ବିଜୟୀ ହେଲେ ବାହାରୁ ଆସି ବେଆଇନ ଭାବେ ଆମେରିକାରେ ରହୁଥିବା ୧୧ ନିୟୁତ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଏଥିସହ ମହାମାରୀ କରୋନାକୁ ହରାଇ ଦେଶର ଆର୍ଥିକ ସ୍ଥିତିକୁ ମଜ୍‌ଭୁତ କରିବା ଓ ବିଶ୍ୱରେ ଆମେରିକାର ନେତୃତ୍ୱକୁ ବଳବତ୍ତର ରଖିବା ଲାଗି ସେ ପ୍ରତିଶ୍ରୁତି ଦେଇଛନ୍ତି। ବୁଧବାର ଅନୁଦାନ ସଞ୍ଚୟ ସମାରୋହ ସମ୍ପର୍କିତ ଏକ ଭର୍ଚୁଆଲ ବୈଠକରେ ଯୋଗଦେଇ ଇମିଗ୍ରେଶନ ବିଲ୍‌ ଉପରେ ପ୍ରଥମେ ମୋହର ଲଗାଯିବ ବୋଲି କହିଛନ୍ତି।

Share