ଦିବ୍ୟାଙ୍ଗ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ: ୧୧ ଜଣଙ୍କ ପତ୍ତା ମିଳୁନି, ୧୭ ସ୍ଥାନାନ୍ତର

ପ୍ୟାରିସ୍‌,୯ା୮: ଫ୍ରାନ୍ସରେ ଦିବ୍ୟାଙ୍ଗ ପାଇଁ ଥିବା ଏକ କେୟାର ସେଣ୍ଟରରେ ନିଆଁ ଲାଗିବା ପରେ ୧୧ ଜଣ ନିଖୋଜ ହୋଇଥିବା ବେଳେ ୧୭ ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ପ୍ରଶାସନ କହିଛି, ବୁଧବାର ଓ୍ବିଣ୍ଟଜେନହିମ୍‌ର ଏକ ଘରୋଇ କେୟାର ସେଣ୍ଟରରେ ଏହି ଅଗ୍ନିକାଣ୍ଡ ଘଟିଥିଲା।

ଫ୍ରାନ୍ସ କର୍ତ୍ତୃପକ୍ଷ କହିଛନ୍ତି, ପୂର୍ବ ଫ୍ରାନ୍ସରେ ଦିବ୍ୟାଙ୍ଗଙ୍କ ପାଇଁ ଏକ ଛୁଟିଦିନରେ ବୁଧବାର ସକାଳେ ଅଗ୍ନିକାଣ୍ଡ ଘଟି ୧୧ ଜଣ ନିଖୋଜ ଥିବାବେଳେ ଅନ୍ୟ ୧୭ ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।
ଜର୍ମାନୀ ସୀମାରେ ଥିବା ଛୋଟ ସହର ଓ୍ବିଣ୍ଟଜେନହିମରେ ଆଜି ସକାଳେ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ଅନ୍ତର୍ଦେଶୀୟ ମନ୍ତ୍ରୀ ଜେରାଲ୍ଡ ଡାରମାନିନ ଟୁଇଟ୍‌ କରି କହିଛନ୍ତି।  ଅଗ୍ନିଶମ ବିଭାଗର ଦ୍ରୁତ ଏବଂ ସାହସିକ ହସ୍ତକ୍ଷେପ ସତ୍ତ୍ୱେ ଅନେକ ଆହତ ହୋଇଥିବା ଜଣାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Share