କଟକ ଅଫିସ,୧୮।୭: କଟକ ସହରରେ ଶନିବାର ୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଇନ୍ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍ରୁ ୬ଜଣ, ହୋମ୍ କ୍ୱାରାଣ୍ଟାଇନ୍ରୁ ୩ଜଣ, ଲୋକାଲ କେସ୍ ୨ଜଣ ଅଛନ୍ତି। ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୩୪କୁ ବୃଦ୍ଧି ପାଇଛି। ସେଥିରୁ ୧୩୯ ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୮୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି ୭ଜଣଙ୍କ ମୃତ୍ୟୁ ଘଟିଥିବା କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ ଅପରାହ୍ନରେ ଟୁଇଟ୍ କରି ସୂଚନା ଦିଆଯାଇଛି।