Posted inଜାତୀୟ

ଆତ୍ମସମର୍ପଣ କଲେ ୧୧ ବଳାତ୍କାରୀ

ଗୋଧ୍ରା,୨୩।୧: ବିଲ୍‌କିସ୍‌ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାର ସମସ୍ତ ୧୧ ଦୋଷୀ ରବିବାର ରାତିରେ ଗୁଜରାଟ ପଞ୍ଚମହଲ ଜିଲାର ଗୋଧ୍ରା ସବ୍‌ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ପାଇଁ ସମୟ ବଢ଼ାଇବା ନିମନ୍ତେ ସେମାନଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେବା ସହ ରବିବାର ସୁଦ୍ଧା ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ୨୦୨୨ ଅଗଷ୍ଟ ୧୫ରେ ଗୁଜରାଟ ସରକାର ଅପରାଧୀମାନଙ୍କୁ କ୍ଷମା ଦେଇ ମିଆଦ ପୂରିବା ପୂର୍ବରୁ ଜେଲରୁ ମୁକ୍ତ କରିଦେଇଥିଲେ। ଗତ ୮ ତାରିଖରେ ସର୍ବୋଚ୍ଚ ଅଦାଲତ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇ ଅପରାଧୀମାନଙ୍କୁ ଜେଲ ଫେରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଅପରାଧୀମାନେ ହେଲେ ବକାଭାଇ ଭୋହାନିଆ, ବିପିନ ଚନ୍ଦ୍ର ଜୋଷୀ, କେସରଭାଇ ଭୋହନିଆ, ଗୋବିନ୍ଦ ନାଇ, ଯଶଓ୍ବନ୍ତ ନାଇ, ମିତେଶ ଭଟ୍ଟ, ପ୍ରଦୀପ ମୋର୍ଧତ୍ଆ, ରାଧେଶ୍ୟାମ ଶାହ, ରାଜୁଭାଇ ସୋନି, ରମେଶ ଚନ୍ଦନ ଏବଂ ଶୈଳେଶ ଭଟ୍ଟ। ୨୦୦୨ ଗୋଧ୍ରା ସାମ୍ପ୍ରଦାୟିକ ଦଙ୍ଗା ବେଳେ ୫ ମାସର ଗର୍ଭବତୀ ଥିବା ୨୧ ବର୍ଷୀୟା ବିଲ୍‌କିସ୍‌ଙ୍କୁ ଅପରାଧୀମାନେ ଗଣବଳାତ୍କାର କରିବା ସହ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା କରିଥିଲେ। ଅପରାଧୀମାନେ ବିଲ୍‌କିସ୍‌ଙ୍କ ୩ ବର୍ଷର ଝିଅକୁ ମଧ୍ୟ ଛାଡ଼ି ନ ଥିଲେ। ଏହି ମାମଲାରେ ଅପରାଧୀମାନେ ଗୋଧ୍ରା ସବ୍‌ଜେଲରେ ଆଜୀବନ ଜେଲଦଣ୍ଡ ଭୋଗୁଥିବାବେଳେ ଗୁଜରାଟ ସରକାର ବେଆଇନ ଭାବେ ସେମାନଙ୍କ କ୍ଷମା ଆବେଦଳକୁ ବିଚାର କରି ୨୦୨୨ ଅଗଷ୍ଟ ୧୫ରେ ସେମାନଙ୍କୁ ମୁକ୍ତ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri