Categories: ଜାତୀୟ

ସୀମାରୁ ମିଳିଲାଣି ୧୧ ସୁଡ଼ଙ୍ଗ

ଜମ୍ମୁ,୫ା୫(ଆଇଏଏନ୍‌ଏସ୍‌): ଜମ୍ମୁର ସାମ୍ବା ସେକ୍ଟରରେ ପାକିସ୍ତାନ ସଂଲଗ୍ନ ଅନ୍ତର୍ଜାତୀୟ ବର୍ଡରରୁ ଏକ ସୁଡ଼ଙ୍ଗ ଠାବ ହେବା ପରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ପାକିସ୍ତାନ ଆଗରେ ଏହି ପ୍ରସଙ୍ଗ ଉଠାଇବ ବୋଲି କହିଛି।

ଖବରଦାତା ସମ୍ମିଳନୀରେ ଜମ୍ମୁ ବିଏସ୍‌ଏଫ୍‌ର ଇନ୍ସପେକ୍ଟର ଜେନେରାଲ ଡି. କେ. ବୋରା କହିଛନ୍ତି, ସାମ୍ବାରୁ ସୁଡ଼ଙ୍ଗ ଠାବ କରାଯିବା ଏକ ବଡ଼ ସଫଳତା। ୨୦୧୨ରୁ ଏ ପର୍ଯ୍ୟନ୍ତ ଜମ୍ମୁ ସୀମା ନିକଟରୁ ୧୧ଟି ସୁଡ଼ଙ୍ଗ ମିଳିଲାଣି। ଦେଢ଼ବର୍ଷରୁ କମ୍‌ ସମୟ ମଧ୍ୟରେ ଏହାକୁ ମିଶାଇ ୫ ସୁଡ଼ଙ୍ଗ ଠାବ ହୋଇଛି। ଗତ ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜମ୍ମୁ ଗସ୍ତ ଅବସରରେ ଏହି ଟନେଲ ଯୋଗେ ଆକ୍ରମଣ ଯୋଜନା ହୋଇଥିବାର ସେପରି କିଛି ପ୍ରମାଣ ମିଳିନି। ସାମ୍ବା ଟନେଲ ଠାବ ଦ୍ୱାରା ଆଗକୁ ଅମରନାଥ ଯାତ୍ରା ଅବସରରେ ସମ୍ଭାବ୍ୟ ଆତଙ୍କବାଦୀ କାର୍ଯ୍ୟକଳାପକୁ ପଣ୍ଡ କରାଯାଇଥିବା ଡିଆଇଜି ଏସ୍‌. ପି. ଏସ୍‌. ସାନ୍ଧୁ କହିଛନ୍ତି।

 

Share