୧୧ ୟୁକ୍ରେନ ଡ୍ରୋନ୍‌ ଖସାଇଲା ରୁଷିଆ

ମସ୍କୋ,୨୯ା୯: ରୁଷିଆ- ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଥମିବାର ନାଁ ନେଉନି। ପରସ୍ପର ପରସ୍ପର ପ୍ରତି ଆକ୍ରମଣ ପ୍ରତି ଆକ୍ରମଣ ଜାରି ରଖିଛନ୍ତି। ଗୁରୁବାର ଦିନରେ ୟୁକ୍ରେନ ରୁଷିଆର ୩୪ଟି ଡ୍ରୋନ୍‌ ନଷ୍ଟ କରିଥିବା ବେଳେ ରାତିରେ ରୁଷିଆ ୟୁକ୍ରେନର ୧୧ଟା ଡ୍ରୋନ୍‌ ନଷ୍ଟ କରିଥିବା କହିଛି। ରୁଷିଆ ଶୁକ୍ରବାର କହିଛି, ୟୁକ୍ରେନର ୧୧ଟି ଡ୍ରୋନ୍‌କୁ ଆମେ ନଷ୍ଟ କରିଛୁ। ମାତ୍ର ୟୁକ୍ରେନ ଗୋଟିଏ ଡ୍ରୋ୍‌ନ ସାହାଯ୍ୟରେ ବିଦ୍ୟୁତ୍‌ ସବ୍‌-ଷ୍ଟେଶନରେ ୨ ବିସ୍ଫୋରକ ସାମଗ୍ରୀ ପକାଇ ସ୍ଥାନୀୟ ବିଦ୍ୟୁତ ଯୋଗାଣକୁ ବନ୍ଦ କରି ଦେଇଛି।

Share