ଡିବିରି ଆଲୁଅ ଭରସାରେ ୧୧ ଗାଁ

ନନ୍ଦପୁର,୨୨ା୭(ଶଙ୍କର ପୂଜାରୀ): ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ କୋରାପୁଟ ଜିଲା ନନ୍ଦପୁର ବ୍ଲକର ୫ ପଞ୍ଚାୟତର ୧୧ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ନାହିଁ। ଫଳରେ ଡିବିରି ଆଲୁଅ ଗ୍ରାମବାସୀଙ୍କ ଭରସା ପାଲଟିଛି। ବାରମ୍ବାର ଦାବି ସତ୍ତ୍ୱେ ବିଦ୍ୟୁତ୍‌ ସଂଯୋଗ ହେଉନାହିଁ। ବର୍ତ୍ତମାନ ସମୟରେ ବିନା ବିଦ୍ୟୁତ୍‌ରେ ସେମାନେ ଦିନ କାଟୁଛୁ ବୋଲି କହିଛନ୍ତି କେତେଜଣ ଗ୍ରାମବାସୀ।
ଖବରରୁ ଜଣାପଡ଼ିଛି, ନନ୍ଦପୁର ବ୍ଲକର ଆନ୍ଧ୍ର ସୀମାନ୍ତରେ ଥିବା ୫ ପଞ୍ଚାୟତ ବିଲାପୁଟ, ପରଜା ବଡ଼ପଡ଼ା, ପାନ୍ଥଲୁଙ୍ଗ, କୁଲାରସିଂ ଓ ଚାଟୁଆର ୧୧ଟି ଗ୍ରାମକୁ ଅଦ୍ୟାବଧି ବିଦ୍ୟୁତ୍‌ ସେବା ଅପହଞ୍ଚ ରହିଛି। ଏଥିରୁ ଚାଟୁଆ ପଞ୍ଚାୟତକୁ ଛାଡ଼ିଦେଲେ ଅନ୍ୟ ୪ ପଞ୍ଚାୟତବାସୀ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ମାଛକୁଣ୍ଡ ହାଇଡ୍ରୋ ପାୱାର ପ୍ରକଳ୍ପ ପାଇଁ ଜଳଧାରଣ କରୁଥିବା ଜଲାପୁଟ ରିଜର୍ଭୟରକୁ ନିଜ ଜମିଦେଇ ଜଳଘେରରେ ଏବେ ବିସ୍ଥାପିତ ଜୀବନ କାଟୁଛନ୍ତି। ଗ୍ରାମବାସୀଙ୍କୁ ବିଦ୍ୟୁତ୍‌ ବିଭାଗ, ଜିଲା ଓ ରାଜ୍ୟ ପ୍ରଶାସନ ଅନ୍ଧାରରେ ରଖିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଲାପୁଟ ପଞ୍ଚାୟତର ୩ ଗ୍ରାମ ସାବୁନ, ଲାମାଡୁର ଓ ଗୁଞ୍ଜିଆଗୁଡା,ପରଜା ବଡପଡ଼ା ପଞ୍ଚାୟତର ବୁନେଙ୍ଗପୁଟ, କୁଲାରସିଂ ପଞ୍ଚାୟତର ଗାୟଲପୁଟ, ପାନ୍ଥଲୁଙ୍ଗ ପଞ୍ଚାୟତର ଆଲାଙ୍ଗୁଲପୁଟ, ମୁକ୍ତିଆମ୍ବ, ପୁରୁଣାପାଣି, ଶୋଭାପୁଟ ତଳସାହିକୁ ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ। ସେହିଭଳି ଚାଟୁଆ ପଞ୍ଚାୟତର ମାଳିଛକ ଓ ଭାଲୁଗୁଡ଼ାକୁ ବିଦ୍ୟୁତ୍‌ ସଂଯୋଗ ନ ଥିବାରୁ ଗ୍ରାମବାସୀ ସଞ୍ଜ ନଇଁବା ମାତ୍ରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ଆମ ବିଲାପୁଟ ପଞ୍ଚାୟତର ୩ ଗ୍ରାମକୁ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ଓ ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀ ପରିଦର୍ଶନକରି ଯାଇଥିଲେ। ମାତ୍ର ସେମାନେ ବିଦ୍ୟୁତ୍‌ ସଂଯୋଗ ଯୋଗାଇବାରେ ବିଫଳ ହୋଇଥିବା ଗ୍ରାମବାସୀ କହିଛନ୍ତି। ପଞ୍ଚାୟତସ୍ତରରେ ଜନଶୁଣାଣି ବେଳେ ଏବଂ ଜିଲାପାଳଙ୍କ ଜନ ଅଭିଯୋଗ ଶିବିରରେ ଏନେଇ ବାରମ୍ବାର ଅଭିଯୋଗ କରିଛୁ ହେଲେ କିଛି ସୁଫଳ ମିଳ ନ ଥିବା ସେମାନେ କରିଛନ୍ତି। ନନ୍ଦପୁର ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସମିତି ବୈଠକରେ ବିଦ୍ୟୁତ୍‌ ସଂଯୋଗରୁ ବଞ୍ଚତ୍ତ ସବୁ ଗ୍ରାମର ତାଲିକା ପ୍ରସ୍ତୁତ କରାଯାଇ ପ୍ରସ୍ତାବ ଅନୁମୋଦନ ପରେ ବିଦ୍ୟୁତ୍‌ ସଂଯୋଗ ନିମନ୍ତେ ଜିଲା ପ୍ରଶାସନ ଓ ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ ଏହା ପ୍ରଦାନ କରାଯାଇଛି। ବିବାଦୀୟ ରାଇପାହାଡ ଗ୍ରାମରେ ଆନ୍ଧ୍ର ତରଫରୁ ବିଦ୍ୟୁତ୍‌ ସଂଯୋଗ ହୋଇଥିବାରୁ ଓଡ଼ିଶା ପକ୍ଷରୁ ବିଦ୍ୟୁତ୍‌ ସଂଯୋଗ ଦେବାକୁ ମଧ୍ୟ ପ୍ରସ୍ତାବ ଜିଲା ପ୍ରଶାସନ ଓ ବିଦ୍ୟୁତ୍‌ ବିଭାଗକୁ ଯାଇଥିବା କୁହାଯାଉଥିବା ବେଳେ କେବେ ୧୧ ଗ୍ରାମରୁ ଅନ୍ଧାର ହଟିବ ତାହାକୁ ଚାହିଁ ବସିଛନ୍ତି ଗ୍ରାମବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ପୁଞ୍ଜିପତିଙ୍କୁ ଚାଷୀଙ୍କ ଜମି ଟେକିଦେବା ହିଁ କୃଷିନୀତିର ଲକ୍ଷ୍ୟ: ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ

ବରଗଡ଼,୧୭।୩(ପ୍ରେମାନନ୍ଦ ଖମାରୀ): କୃଷକମାନଙ୍କୁ ଉତ୍ପାଦିତ ଫସଲର ଉଚିତ ମୂଲ୍ୟ ମିଳୁ ନାହିଁ । ଏହି କାରଣରୁ କୃଷକମାନେ ଋଣଗ୍ରସ୍ତ ହେଉଛନ୍ତି। ବ୍ୟାଙ୍କ ଏବଂ ସାହୁକାରଙ୍କଠାରୁ ଋଣ...

କର୍ଲାପଡ଼ାକୁ ବ୍ଲକ ଘୋଷଣା ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର

ଭବାନୀପାଟଣା,୧୭ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ କର୍ଲାପଡାକୁ ନୂତନ ବ୍ଲକ ଘୋଷଣା ଦାବି ନେଇ ସୋମବାର ସ୍ଥାନୀୟ ଯୁବ ସଂଗଠନ ପକ୍ଷରୁ ରାଜସ୍ବ...

ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରି ଘଟଣା: ୪ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ) : ଗତ ୨୦୨୪ ନଭେମ୍ବର ୧୦ ତାରିଖ ମଧ୍ୟ ରାତ୍ରୀରେ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବୋଦାପଳସା ଗ୍ରାମର ଆରାଧ୍ୟ...

ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ

ନୂଆପଡ଼ା,୧୭ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଅନ୍ତର୍ଗତ ଜଡାମୁଣ୍ଡା ପଞ୍ଚାୟତ କୋମଟିମୁଣ୍ଡା ଗାଁ ଖେଳ ପଡିଆ ନିକଟ ଏକ ଗଛରୁ ଜଣେ ଯୁବକଙ୍କ...

ଘରୋଇ ବିଦ୍ୟାଳୟ ସଂଘର ସାଧାରଣ ପରିଷଦ ବୈଠକ:୧୦ ବର୍ଷର ସିଓଆର୍‌ ଦେବା ପାଇଁ ଦାବି

ଭବାନୀପାଟଣା,୧୭ା୩(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଘରୋଇ ବିଦ୍ୟାଳୟ ସଂଘର ସାଧାରଣ ପରିଷଦ ବୈଠକ ସୋମବାର ସାରେ ଭବାନୀପାଟଣାସ୍ଥିତ ମଡର୍ଣ୍ଣ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ...

ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ: ପରିସ୍ଥିତି ଅଣାୟତ

ପାଟଣା,୧୭।୩(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ କ୍ଷୀରେଇ ଟାଙ୍ଗିରୀ ସେକ୍ସନ ୪୯ନମ୍ବର ଜାତୀୟ ରାଜପଥ ହାତୀ ବାରୀ ଗ୍ରାମ୍ୟ ଜଙ୍ଗଲରେ ସୋମବାର ରାତିରେ ଭୟାଭୟ ଅଗ୍ନିକାଣ୍ଡ...

ଦଲାଲଙ୍କ କବ୍‌ଜାରେ ଆଦିବାସୀଙ୍କ ମହୁଲ ଫୁଲ: ନା ଅଛି ବଜାର ବ୍ୟବସ୍ଥା, ନା ଧାର୍ଯ୍ୟ କରାଯାଉଛି ସହାୟକ ମୂଲ୍ୟ

ଭବାନୀପାଟଣା,୧୭ା୩(ଉତ୍ତମ କୁମାର ଦାଶ):  କଳାହାଣ୍ଡି ଜିଲାରେ ଆଦିବାସୀମାନେ ସଂଗ୍ରହ କରୁଥିବା ମହୁଲ ଫୁଲ ଏବେ ଦଲାଲଙ୍କ କବ୍‌ଜାରେ। ଏହାର ସର୍ବନିମ୍ନ ମୂଲ୍ୟ କେଜି ପିଛା ୨୫...

୭୫ ଅଭିଯୋଗ ଶୁଣାଣି କଲେ ଜିଲାପାଳ

ବରଗଡ଼,୧୭ା୩(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲା ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏଥିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image