Categories: ଜାତୀୟ

କେନ୍ଦ୍ରୀୟ କ୍ୟାବିନେଟ୍‌ରେ ୧୧ ମହିଳା ମନ୍ତ୍ରୀ, ଚାଷଜମିରେ ଏବେ ବି ମହିଳା ଟାଣୁଛନ୍ତି ହଳ…

ଭୋପାଳ,୧୨।୭: ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ବିସ୍ତାର ହୋଇଛି। କେନ୍ଦ୍ରୀୟ କ୍ୟାବିନେଟ୍‌ରେ ୧୧ ଜଣ ମହିଳାମନ୍ତ୍ରୀଙ୍କୁ ସ୍ଥାନ ମିଳିଛି। ତେବେ ଏବେ ବି ମଧ୍ୟପ୍ରଦେଶରେ ମହିଳାଙ୍କ ଦୁଃଖ ସରିନି। ଚାଷଜମିରେ ଗରିବ ମହିଳାମାନେ ବଳଦ ବଦଳରେ ହଳ ଟାଣୁଛନ୍ତି। ସେହିପରି ଛୋଟପିଲା ବାଳ ଶ୍ରମିକ ଭାବେ କାମ କରୁଛନ୍ତି। ପାଖରେ ଟଙ୍କା ନ ଥିବାରୁ ଗରିବ ଲୋକେ ଚାଷ ପାଇଁ ବଳଦ କିଣି ନପାରି ଏଭଳି କରୁଛନ୍ତି। ରାଜ୍ୟର ଆଗର-ମାଲଓ୍ବା ଅଞ୍ଚଳରେ ଏଭଳି ଘଟଣା ଘରେ ଘରେ ଦେଖିବାକୁ ମିଳୁଛି। ଏବେ ଏଭଳି ଖବର ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଚାଷଜମିରେ ମହିଳା ବଳଦ ବଦଳରେ କାମ କରୁଥିବା ଘଟଣା ସ୍ଥାନୀୟ ପ୍ରଶାସନ ପ୍ରତି ଏକ ଆହ୍ବାନ ସୃଷ୍ଟି କରିଛି। ନିର୍ବାଚନ ସମୟରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଉଥିବା ରାଜନେତାଙ୍କ କଥା ପାଣିର ଗାର ସାବ୍ୟସ୍ତ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ସେହିପରି ଲୋକେ ପ୍ରତିଶ୍ରୁତି ବଦଳରେ ପ୍ରବଞ୍ଚନାର ଶିକାର ହେଉଥିବା ଅଭିଯୋଗ ହେଉଛି।

Share