Categories: ଫୁରସତ

ମେନ୍‌ସା ଆଇକ୍ୟୁର ସଦସ୍ୟ ହେଲେ ୧୧ ବର୍ଷୀୟ ଆଡ୍ରିଆନ୍‌

ଲଣ୍ଡନ: ଏପର୍ଯ୍ୟନ୍ତ ଆମେ ଜାଣିଛନ୍ତି କି ଆଲବର୍ଟ ଆଇନଷ୍ଟାଇନ୍‌ ଏବଂ ଷ୍ଟେପନ ହକିଂଙ୍କ ଆଇକ୍ୟୁ ସବୁଠୁ ଅଧିକ। ହେଲେ ନିକଟରେ ଜଣେ ୧୧ ବର୍ଷୀୟ ବାଳକଙ୍କ ଆଇକ୍ୟୁ ଏହି ୨ ବୈଜ୍ଞାନିକଙ୍କଠାରୁ ଅଧିକ ବୋଲି ମେନ୍‌ସା ଆଇକ୍ୟୁ ଟେଷ୍ଟରୁ ଜଣାପଡ଼ିଛି। ରିପୋର୍ଟ ମୁତାବକ, ଲଣ୍ଡନର ବ୍ରିନେଟ୍‌ରେ ମା’ବାପାଙ୍କ ସହ ରହୁଥିବା ଆଡ୍ରିଆନ୍‌ ଲି ପ୍ରକୃତରେ ହଂକଂର ବାସିନ୍ଦା। ନିକଟରେ ମେନ୍‌ସା ସୋସାଇଟି ପକ୍ଷରୁ ହୋଇଥିବା ଆଇକ୍ୟୁ ଟେଷ୍ଟରେ ଆଡ୍ରିଆନ୍‌ ୧୬୨ ନମ୍ବର ହାସଲ କରିଛନ୍ତି, ଯାହା ଆଇନଷ୍ଟାଇନ୍‌ ଏବଂ ଷ୍ଟେପନ ହକିଂଙ୍କ ଆଇକ୍ୟୁଠାରୁ ୨ ନମ୍ବର ଅଧିକ। ଏବେ ସେ ମେନ୍‌ସା ସୋସାଇଟିର ଜଣେ ସଦସ୍ୟ। ଆଡ୍ରିଆନ୍‌ଙ୍କ ମା’ ରସେଲଙ୍କ କହିବା ମୁତାବକ, ତାଙ୍କୁ ୨ ବର୍ଷ ହୋଇଥିବାବେଳେ ସେ ବଡ଼ ବଡ଼ ସ୍ପେଲିଂକୁ ପଢ଼ିଦେଉଥିଲେ। ଏଥିସହ ସେ ପ୍ରତିଦିନ ଅନେକ ବହି ପଢୁଥିଲେ। ୮ ବର୍ଷ ବୟସରେ ସେ ନୋବେଲ ଲେଖିବା ଆରମ୍ଭ କରିଥିଲେ, ଯାହାର ନାମ ‘ମନ୍‌ଷ୍ଟର କେ୍ୟୁଷ୍ଟ’ ରଖିଥିଲେ। ଯେଉଁଥିରେ କି କ୍ରିଏଟିଂ ଆଡଭେଞ୍ଚରିୟସ୍‌ ଗଳ୍ପ ରହିଛି। ବର୍ତ୍ତମାନ ସେ ଯୁବପିଢ଼ି ପାଇଁ ଅତୀତର ରୋମ୍‌ ବାବଦରେ ନୋବେଲ ଲେଖୁଛନ୍ତି। ଚଳିତବର୍ଷ ଏହା ପବ୍ଲିଶ କରିବାକୁ ଆଶା ରଖିଛନ୍ତି। ଏଥିସହ ସେ ଚେସ୍‌, ସ୍କ୍ବାସ୍‌, ରୋଲିଂ, ଟେବୁଲ ଟେନିସ୍‌ ଭଳି ଅନେକ ଖେଳ ପ୍ରତି ମଧ୍ୟ ରୁଚି ରଖିଛନ୍ତି। ଆଡ୍ରିଆନ୍‌ ଭବିଷ୍ୟତରେ ଜଣେ ଭଲ କାର୍ଡିଓଲେଜିଷ୍ଟ ହେବାକୁ ଇଚ୍ଛା ରଖିଛନ୍ତି। ତାଙ୍କ ପ୍ରଖର ବୁଦ୍ଧି ଯୋଗୁ ସ୍କୁଲରେ ସେ ଅନେକ ଏକାଡେମିକ ଆୱାର୍ଡ ମଧ୍ୟ ଜିତିଛନ୍ତି।

Share