ଆଜି ରାଜଧାନୀରୁ ୧୧୦ କରୋନା ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୨୧୯

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ବୁଧବାର ରାଜଧାନୀରୁ ଆଉ ୧୧୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୩ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୭୭ ସ୍ଥାନୀୟ ସଂକ୍ରମିତ ବୋଲି ଟୁଇଟ୍‌ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ସେହିପରି ଆଜି ରାଜଧାନୀରୁ ଆଉ ୨୧୯ ଜଣ ସୁସ୍ଥ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜଧାନୀରୁ ବର୍ତ୍ତମାନ ସୁଦ୍ଧା ୨୮,୮୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୬,୮୨୬ ଜଣ ସୁସ୍ଥ ହୋଇଛନ୍ତି। ୧୮୮୫ ଜଣ ଚିକିତ୍ସିତ ହେଉଛନ୍ତି। ୧୬୦ ଜଣଙ୍କ ମୃତ୍ୟୁ ଘଟିଛି।

Share