ଜଙ୍ଗଲ ସୁରକ୍ଷାରେ ୧୧୦ ପରିବାର

ବାରିପଦା ଅଫିସ,୧।୩- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଜାରକାଣୀ ପଞ୍ଚାୟତ ଇଟାମୁଣ୍ଡିଆ ଗ୍ରାମର ୧୧୦ ପରିବାର ଉଜୁଡ଼ା ଜଙ୍ଗଲକୁ ସବୁଜିମାରେ ଭରପୁର କରି ସମାଜକୁ ଦେଇଛନ୍ତି ସୁସ୍ଥ ପରିବେଶର ବାର୍ତ୍ତା। ଏହାର ମଙ୍ଗ ଧରିଛନ୍ତି ୬୪ ବର୍ଷୀୟ ଗୋପୀନାଥ ସିଂ। ଗାଁ ଲୋକଙ୍କୁ ଏକାଠି କରି ଜଙ୍ଗଲକୁ ସୁରକ୍ଷା ଦେବା ସହିତ ବନ ସୁରକ୍ଷା ସମିତି ମାଧ୍ୟମରେ ଅସମ୍ଭବ କାର୍ଯ୍ୟକୁ ସେ ସମ୍ଭବ କରିପାରିଛନ୍ତି। ସମିତି ଜରିଆରେ ଗାଁର ୮ଶହ ଲୋକଙ୍କୁ ରୋଜଗାର ଯୋଗାଇ ଆସୁଛନ୍ତି। ୩୭ ବର୍ଷ ହେଲା ବୃକ୍ଷଲତାକୁ ଭଲ ପାଉଥିବା ଏହି ନିଆରା ମଣିଷ ଜଣକ ଅଞ୍ଚଳବାସୀଙ୍କ ପାଇଁ ପାଲଟିଛନ୍ତି ଅନ୍ନଦାତା। ଶିକ୍ଷାଗତ ଯୋଗ୍ୟତା କମ୍‌ ଥାଇ ମଧ୍ୟ ଅସାଧାରଣ ଦକ୍ଷତା ଯୋଗୁ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ା ୫ଶହ ଶାଳ ଗଛ ଚାରାରୋପଣ କରି ଜଙ୍ଗଲ ସୃଷ୍ଟି କରିପାରିଥିବାରୁ ବନବିଭାଗ ପକ୍ଷରୁ ତାଙ୍କୁ ମିଳିଛି ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର।
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗ୍ରାମ ଚତୁଃପାର୍ଶ୍ୱରେ ଥିବା ୧୩୦ହେକ୍ଟର ଜଙ୍ଗଲ ଉଜୁଡ଼ି ଯାଇଥିଲା ା ଏହାକୁ ଦେଖି ଗୋପୀନାଥ ଲୋକଙ୍କୁ ସଚେତନ କରାଇବା ସହିତ ଏକ କମିଟି ଗଠନ କରି ଗଛ ଲଗାଇବା ଆରମ୍ଭ କରିଥିଲେ। ପର୍ଯ୍ୟାୟ କ୍ରମେ ଏହି ଜଙ୍ଗଲ ୧୬୦ହେକ୍ଟର ଜମିରେ ପରିବେଷ୍ଟିତ ହୋଇରହଛି। ଜଙ୍ଗଲରେ ଦୁଇ ହଜାର ଅଁଳା ଗଛ ଲଗାଯାଇଛି। ଅଁଳା ଫଳକୁ ଗ୍ରାମବାସୀ ନିଶୁଳ୍କ ଭାବେ ନେଇ ଔଷଧ ରୂପେ ବ୍ୟବହାର କରିବା ସହିତ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଇ ପାରୁଛନ୍ତି। ସେହିପରି ୪୦ହେକ୍ଟର ଜମିରେ ଫଳଗଛ ସହିତ ପୋଖରୀ ଖନନ କରି ମାଛ ଚାଷ କରାଯାଉଛି। ବନ ସୁରକ୍ଷା ସମିତି ଜରିଆରେ ଗାଁର ଥିବା ୮ଶହ ଲୋକ ରୋଜଗାର ପାଇ ଆସୁଛନ୍ତି। ସମିତିର ସଦସ୍ୟ କେଶବ ଚନ୍ଦ୍ର ସାହୁ କୁହନ୍ତି, ଜଙ୍ଗଲଜାତ ଦ୍ରବ୍ୟ, ଶୁଖିଲା କାଠପତ୍ର ଏବଂ ଔଷଧୀୟ ଦ୍ରବ୍ୟ ଗୁଡ଼ିକୁ ସଂଗ୍ରହ କରାଯାଇ ସୁରକ୍ଷିତ ଭାବେ ଗଚ୍ଛିତ କରାଯାଉଛି। ଗ୍ରାମବାସୀଙ୍କ ସହମତିରେ ଏହାକୁ ବିକ୍ରି କରାଯାଇ ଗ୍ରାମରେ ଏକ ଶିବ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଗାଁର ୧୧୦ ପରିବାର ଏହି ସମିତିରେ ସଦସ୍ୟ ହୋଇ ଜଙ୍ଗଲକୁ ସୁରକ୍ଷା ଯୋଗାଇ ଆସୁଛନ୍ତି। ପାଳି କରି ସମସ୍ତେ ଜଗୁଛନ୍ତି। ସେହିପରି ସଦସ୍ୟ କାର୍ତ୍ତିକ ସାହୁ କୁହନ୍ତି, ଆଜକୁ ୩ବର୍ଷ ହେଲା ଗାଁର କୌଣସି ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟ କିମ୍ବା ଜିଲାକୁ ଯାଇନାହାନ୍ତି। ଏହି ସମିତି ଜରିଆରେ ଲୋକମାନଙ୍କୁ କାମଧନ୍ଦା ଯୋଗାଇ ଦିଆଯାଉଥିବା ବେଳେ ସରକାରୀ ସ୍ତରରେ ହେଉଥିବା ଯୋଜନା ଗୁଡ଼ିକରେ ସେମାନେ କାମ କରି ପରିବାର ଚଳାଇ ଆସୁଛନ୍ତି। ଲକ୍ଷ୍ମଣ ସିଂ କୁହନ୍ତି, ଗ୍ରାମରେ କୌଣସି ସମସ୍ୟା ହେଲେ ତୁରନ୍ତ ବୈଠକ ଡକାଇ ଏହାର ସମାଧାନ କରାଯାଇଥାଏ ା ଆଖପାଖ ଗ୍ରାମରେ ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟରେ ଆବଶ୍ୟକ ପଡ଼ୁଥିବା ଶୁଖିଲା ଜାଳେଣୀ କାଠପତ୍ର କିମ୍ବା ଝୁଣା, ମହୁ, ଫଳମୂଳ ଇତ୍ୟାଦି ସମିତି ମାଧ୍ୟମରେ ଯୋଗାଇ ଦିଆଯାଏ ା ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଚାରିପାର୍ଶ୍ୱରେ ବାଡ଼, ଅଗ୍ନି ନିରାପତ୍ତା, ଜଳସେଚନ ଓ ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇ ନୂତନ ଜଙ୍ଗଲ ସୃଷ୍ଟି କରାଯାଉଛି। ତେବେ ବନବିଭାଗ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦେଲେ ଅଞ୍ଚଳବାସୀଙ୍କ ରୋଜଗାରରେ ଉନ୍ନତି ହୋଇପାରନ୍ତା ବୋଲି ଗ୍ରାମର କୃଷ୍ଣ ବାରିକ, ବେଣୁଧର


Enter your email to get our daily news in your inbox.

All Right Reserved By Dharitri.Com

ବାଘକୁ ନେଇ ବିଧାୟକ ବିବ୍ରତ

ବାରିପଦା,୨୨ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶ ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। ଏନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ବାଘ କବଳରୁ ରକ୍ଷା...

ହାତୀ ଲଢ଼େଇ: କାଦୁଅରେ ପଶିଗଲା ଶୁଣ୍ଢ, ଆଉ ତା’ ପରେ…

ମୋରଡ଼ା,୨୦ା୧୧(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ତଥା ମୋରଡ଼ା ବ୍ଲକ ଅଧୀନ ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲର ସୁନାହଜା ନିକଟରେ ଏକ ହାତୀ କାଦୁଅରେ ପଶିଯିବାରୁ...

ପୁଣି ବାର୍‌ହା ଶିକାରକଲା ‘ଜିନତ୍‌’

ବାରିପଦା,୨୦।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ‘ଜିନତ୍‌’ ପୁଣି ବାର୍‌ହା ଶିକାର କରି ଖାଦ୍ୟ ଗ୍ରହଣ କରିଛି। ପାଣି...

ଶିମିଳିପାଳ ସୁରକ୍ଷାରେ ଏଆଇ କ୍ୟାମେରା

ବାରିପଦା,୨୦।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଜଗିଛି ଏଆଇ କ୍ୟାମେରା। କ୍ୟାମେରା ମାଧ୍ୟମରେ ଶିମିଳିପାଳକୁ ସୁରକ୍ଷିତ ରଖିବା ଓ ବନାଗ୍ନିରୁ ରକ୍ଷା କରିବା...

ଜନବସତି ମୁହାଁ ବାଘ:ପାଦଚିହ୍ନ ଦେଖି ଲୋକେ ଭୟଭୀତ

ବାରିପଦା,(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ ଉଦଳା,(ସନ୍ତୋଷ ବାଚ୍ଛିନୀ),୧୮ା୧୧-ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ କପ୍ତିପଦା ରେଞ୍ଜ ଅଧୀନ ଅସନବଣି ଗ୍ରାମରେ ବାଘ ପାଦଚିହ୍ନକୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।...

ଦୁର୍ଘଟଣା ପରେ ଜଳିଗଲା ଗୋରୁ ବୋଝେଇ ପିକଅପ୍‌ ଭ୍ୟାନ୍‌

ଉଦଳା,୧୯।୧୧: ମୟୁରଭଞ୍ଜ ଜିଲା ଉଦଳା ଥାନା ପୋଡ଼ାଡ଼ିହାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଗୋରୁ ବୋଝେଇ ପିକଅପ୍‌ ଭ୍ୟାନ୍‌ରେ ନିଆଁ ଲାଗି ସମ୍ପୂର୍ଣ୍ଣ...

ବିକ୍ରି ପାଇଁ ଡିଲ୍‌ ହେଉଥିଲା କଲରାପତରିଆ ବାଘ ଚମଡା ପହଞ୍ଚିଗଲେ…

ବାରିପଦା,୧୮।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶ ବାଙ୍ଗରିପୋଷି ଥାନା ଅଞ୍ଚଳରେ ଏକ କଲରାପତରିଆ ବାଘ ଚମଡା ବନବିଭାଗ ଜବତ କରିଛି। ସେମାନଙ୍କ ନିକଟରୁ...

ଟ୍ରାଫିକ କନ୍‌ଷ୍ଟେବଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ

ବାରିପଦା,୧୮।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଏମ୍‌ପିକେ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ରବିବାର ଟ୍ରାଫିକ କନ୍‌ଷ୍ଟେବଲ-୨୦୨୪ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri