Posted inଫୁରସତ

୧୧୦ ମାଇଲ ପହଁରି ରେକର୍ଡ

ଲସ୍‌ ଏଞ୍ଜେଲ୍ସ: ବିଶ୍ୱର କିଛି ରେକର୍ଡ ଦୀର୍ଘ ବର୍ଷ ଧରି ଅକ୍ଷୁର୍ଣ୍ଣ ହୋଇରହିଛି। ପ୍ରସିଦ୍ଧ ଆମେରିକୀୟ ସନ୍ତରଣକାରୀ ଡାଏନା ନ୍ୟାଡ୍‌ଙ୍କ ନାମରେ ମଧ୍ୟ ଏହିପରି ଏକ ରେକର୍ଡ ରହିଛି। ୨୦୧୩ ସେପ୍ଟେମ୍ବର ୨ରେ ୬୪ ବର୍ଷ ବୟସରେ ସେ ଆମେରିକାର ଫ୍ଲୋରିଡାରୁ କ୍ୟୁବା ପର୍ଯ୍ୟନ୍ତ ରହିଥିବା ବିଶାଳ ସମୁଦ୍ରରେ ବିନା କୌଣସି ଶାର୍କ କେଜ୍‌ର ସାହାଯ୍ୟରେ ପହଁରି ୧୧୦ ମାଇଲ ଅତିକ୍ରମ କରିଥିଲେ। ଉକ୍ତ ରେକର୍ଡ ସ୍ଥାପନ ହେବାର ୧୧ ବର୍ଷ ବିତିଯାଇଥିଲେ ମଧ୍ୟ ଡାଏନାଙ୍କ ଏହି ବିରଳ ରେକର୍ଡ ଅଭେଦ୍ୟ ହୋଇରହିଛି। ପ୍ରତିବର୍ଷ ସେପ୍ଟେମ୍ବର ୨ରେ ଡାଏନାଙ୍କ ଏହି ରେକର୍ଡକୁ ବିଶ୍ୱବାସୀ ମନେ ପକାଇଥାନ୍ତି।
ପ୍ରତିକୂଳ ପରିସ୍ଥିତିର ସାମ୍‌ନା କରି ସମୁଦ୍ରରେ ଶାର୍କ ଏବଂ ବିଭିନ୍ନ ଅଜ୍ଞାତ ବିପଦ ମଧ୍ୟରେ କେବଳ ନିଜର ସାହସ ଏବଂ ମାନସିକ ଶକ୍ତି ଦ୍ୱାରା ଡାଏନା ଏହି ଅସାଧାରଣ କାର୍ଯ୍ୟକୁ ସମ୍ଭବ କରି ପାରିଥିଲେ। ୫ଟି ପ୍ରୟାସ ପରେ ଶେଷରେ ତାଙ୍କୁ ଏହି ସଫଳତା ମିଳିଥିଲା।
କ୍ୟୁବାଠାରୁ ଫ୍ଲୋରିଡା ପର୍ଯ୍ୟନ୍ତ ଥିବା ୧୧୦ ମାଇଲର ସାମୁଦ୍ରିକ ମାର୍ଗ ସର୍ବଦା ସନ୍ତରଣକାରୀମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ରହିଥାଏ। ଏହି ମାର୍ଗକୁ ଫ୍ଲୋରିଡା ଷ୍ଟ୍ରାଇଟ୍ସ ବୋଲି ମଧ୍ୟ କୁହାଯାଏ। କିଛି ଲୋକ ଏହି ମାର୍ଗରେ ପହଁରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅଧିକାଂଶ ଶାର୍କ କେଜ୍‌ର ବ୍ୟବହାର କରିଛନ୍ତି। ଡାଏନା ୬୦ ବର୍ଷ ବୟସରେ ଏହି ବିରଳ ରେକର୍ଡ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସେ ୪ ବର୍ଷ ମଧ୍ୟରେ ବିନା ଶାର୍କ କେଜ୍‌ର ବ୍ୟବହାର କରି ଫ୍ଲୋରିଡା ଷ୍ଟ୍ରାଇଟ୍ସକୁ ପାର କରିବାକୁ ୫ ଥର ପ୍ରୟାସ କରିଥିଲେ। ୫ମ ତଥା ଶେଷ ପ୍ରୟାସରେ ତାଙ୍କୁ ସଫଳତା ମିଳିଥିଲା।
ଫ୍ଲୋରିଡା ଷ୍ଟ୍ରାଇଟ୍ସରେ ଜଳର ତାପମାତ୍ରା ଅଧିକ ରହୁଥିବାବେଳେ ଏଠାରେ ଶାର୍କ ଏବଂ ବକ୍ସ ଜେଲିଫିଶ୍‌ ଭଳି ବିପଜ୍ଜନକ ଓ ବିଷାକ୍ତ ସାମୁଦ୍ରିକ ଜୀବ ମଧ୍ୟ ଥାନ୍ତି। ତେବେ ରେକର୍ଡ କରିବା ନେଇ ନିଜର ଜିଜ୍ଞାସା, ଦୃଢ଼ ଇଚ୍ଛାଶକ୍ତି ଏବଂ ସନ୍ତରଣ କୌଶଳ ଯୋଗୁ ଡାଏନା ମାତ୍ର ୫୩ ଘଣ୍ଟା ମଧ୍ୟରେ ପହଁରି ୧୧୦ ମାଇଲ ଦୂରତା ଅତିକ୍ରମ କରିଥିଲେ। ସେ ୨୦୧୩ ସେପ୍ଟେମ୍ବର ୨ରେ କ୍ୟୁବାର କି-ୱେଷ୍ଟରେ ପହଞ୍ଚି ଏହି ବିରଳ ରେକର୍ଡ ସୃଷ୍ଟି କରିଥିଲେ। ତେବେ ଏତେ ଘଣ୍ଟା ଧରି ପହଁରିବାର ଅନୁଭୂତିକୁ ଡାଏନା କଷ୍ଟସାଧ୍ୟ ଦର୍ଶାଇଛନ୍ତି। ଉକ୍ତ ୨ ଦିନ ଧରି ସେ ନର୍କ ମଧ୍ୟରେ ଥିବା ପରି ଅନୁଭବ କରୁଥିଲେ ବୋଲି ଡାଏନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri