ଲାଞ୍ଜିଗଡ, ୨୦।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଶୁକ୍ରବାର ମାଟ୍ରିକ ପରୀକ୍ଷା ଦେବେ ୧୧୦୦ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହେଇ ମାର୍ଚ୍ଚ ୬ ତାରିଖରେ ସରିବ I ଲାଞ୍ଜିଗଡ ବ୍ଲକର ୮ ଗୋଟି ପରୀକ୍ଷା କେନ୍ଦ୍ର ମଧ୍ୟରେ ବିଶ୍ୱନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଯୋଡIବନ୍ଧ, ପୋଖରିବନ୍ଧ ଓ ଲାଞ୍ଜିଗଡ଼ରୋଡ ଉଚ୍ଚ ବିଦ୍ୟାଳୟର ୧୩୮ ଜଣ ଛାତ୍ରୀଛାତ୍ର, ଲାଞ୍ଜିଗଡ ଉଚ୍ଚ ବିଦ୍ୟାଳୟରେ ବିଶନIଥପୂର, ତ୍ରିଲୋଚନପୁର ଓ ବେନଗାଁ ଉଚ୍ଚ ବିଦ୍ୟାଳୟର ୧୪୯ ଜଣ ଛାତ୍ରଛାତ୍ରୀ, ଲାଞ୍ଜିଗଡ ଏସଏସଡି ଉଚ୍ଚ ବିଦ୍ୟାଳୟରେ ଛତ୍ରପୁର ବIତେଲିମା, ବାଣୀପଙ୍ଗI ଓ ଲାଞ୍ଜିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ୧୩୦ ଜଣ ଛାତ୍ରୀଛାତ୍ର, ଲାଞ୍ଜିଗଡ ରୋଡ ଉଚ୍ଚ ବିଦ୍ୟାଳୟରେ ମଧୁପୁର, କାଉଗୁଡI ଓ କମର୍ଦ୍ଧI ଉଚ୍ଚ ବିଦ୍ୟାଳୟର ୧୫୧ ଜଣ ଛାତ୍ରୀଛାତ୍ର, ଲାଖବାହାଲି ଉଚ୍ଚ ବିଦ୍ୟାଳୟରେ ପାହାଡ଼ପଦର, ମାଳିଯୁବାଙ୍ଗ ଓ ବିଜେପୁର ଉଚ୍ଚ ବିଦ୍ୟାଳୟର ୬୮ ଜଣ ଛାତ୍ରୀଛାତ୍ର, ବେନଗାଁ ଉଚ୍ଚ ବିଦ୍ୟାଳୟରେ କାନକୁଟରୁ, ମୂଷାନାଳ ଓ
ଲାଖବାହାଲି ଉଚ୍ଚ ବିଦ୍ୟାଳୟର ୧୨୯ ଜଣ ଛାତ୍ରୀଛାତ୍ର, ମଧୁପୁର ଉଚ୍ଚ ବିଦ୍ୟାଳୟରେ ଭୂର୍ତିଗଡ, ପାଣିମୁଣ୍ଡା ଓ ଶାନ୍ତପୁର ଉଚ୍ଚ ବିଦ୍ୟାଳୟର ୧୫୪ ଜଣ ଛାତ୍ରୀଛାତ୍ରୀ ଏବଂ ଯୋଡ଼ାବନ୍ଧ ଉଚ୍ଚ ବିଦ୍ୟାଳୟରେ ଲାଞ୍ଜିଗଡ ଏସଏସଡି ଓ ବନ୍ଧପାରି ଉଚ୍ଚ ବିଦ୍ୟାଳୟର ୧୮୧ ଜଣ ଛାତ୍ରୀଛାତ୍ର ସମେତ ମୋଟ ୧୧୦୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏନେଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସୁଢ଼ଳଦେବ ମୁଣ୍ଡଙ୍କୁ ପଚାରିବାରୁ ପରୀକ୍ଷା କେନ୍ଦ୍ରର ସୁପରିଚାଳନା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି।