ଅଣ୍ଡାଦେଲେ ୧୧ ହଜାର ଅଲିଭ୍‌ରିଡ୍‌ଲେ

ବ୍ରହ୍ମପୁର,୧୭ା୨(ଅଶୋକ କୁମାର ସାହୁ): ପ୍ରତ୍ୟେକ ବର୍ଷ ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଣ ସମୁଦ୍ର ବେଳାଭୂମିକୁ ବିରଳ ଅଲିଭ୍‌ରିଡ୍‌ଲେ କଇଁଛ ଗଣଅଣ୍ଡାଦାନ କରିବାକୁ ଆସନ୍ତି। ଡିସେମ୍ବରରୁ ଆରମ୍ଭ ହେଉଥିବା ସେମାନଙ୍କ ପ୍ରଜନନ ଋତୁ ଜାନୁଆରୀ ମାସରେ ସରିବା ପରେ ସେମାନେ ଉତ୍ତାପ ପାଇଁ ସମୁଦ୍ର ବେଳାଭୂମିଠାରୁ ୧ କି.ମି. ଭିତରେ ଭାସମାନ ଅବସ୍ଥାରେ ଥିଲେ। ତେବେ ଫେବୃଆରୀ ଦ୍ୱିତୀୟ ସପ୍ତାହ ପରେ ଶନିବାର ବିଳମ୍ବିତ ରାତିରୁ ପ୍ରଥମ କରି ଅଲିଭ୍‌ରିଡ୍‌ଲେ କଇଁଛ ଗଞ୍ଜାମ ବ୍ଲକର ଗୋଖରକୁଦାଠାରୁ ବଟେଶ୍ୱର ପ୍ରାୟ ୪ କି.ମି. ଡାଇନାମିକ ବିଚ୍‌ରେ ଗଣଅଣ୍ଡାଦାନ କରିଛନ୍ତି। ପ୍ରାୟ ୧୧ ହଜାର କଇଁଛ ଅଣ୍ଡା ଦେଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ପୁରୁଣାବନ୍ଧରୁ ଅଳେଶ୍ୱର ୬ କି.ମି. ଓ ଗୋଖରକୁଦାଠାରୁ ଅଗସ୍ତି ନୂଆଗାଁ ପ୍ରାୟ ୪ କି.ମି. ବେଳାଭୂମିରେ କଇଁଛମାନେ ଅଣ୍ଡା ଦେଉଥିବା ଜାଣି ବନ ବିଭାଗ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ବେଳାଭୂମି ସଫେଇ କରାଯାଇଥିଲା। କଇଁଛଙ୍କ ସୁରକ୍ଷା ପାଇଁ ତାରବାଡ଼ ମଧ୍ୟ ଲଗାଯାଇଥିଲା। ୨୦୨୨ରେ ୫ ଲକ୍ଷ ୫୦ ହଜାର କଇଁଛ ଅଣ୍ଡା ଦେଇଥିବାବେଳେ ୨୦୨୩ରେ ୬ ଲକ୍ଷ ୩୭ ହଜାର ଓ ୨୦୨୪ରେ ଜଳବାୟୁ ପରିବର୍ତ୍ତନ ଯୋଗୁ ମାତ୍ର ୩ ହଜାର କଇଁଛ ଅଣ୍ଡାଦାନ କରିଥିବା ଋଷିକୁଲ୍ୟା କଇଁଛ ସୁରକ୍ଷା ସମିତି ସମ୍ପାଦକ ରବୀନ୍ଦ୍ର ନାଥ ସାହୁ କହିଛନ୍ତି।
ପ୍ରାୟ ୨୦ ହଜାର ଅଲିଭ୍‌ରିଡ୍‌ଲେ କଇଁଛ ରବିବାର ସନ୍ଧ୍ୟାରେ ବେଳାଭୂମିରେ ଅଣ୍ଡା ଦେବାକୁ ବିଚରଣ କରୁଥିବା ସାହୁ କହିଛନ୍ତି। ବନ ବିଭାଗ ପକ୍ଷରୁ ପ୍ରତି ୧୦୦ ମିଟରକୁ ଗୋଟିଏ ସେଗ୍‌ମେଣ୍ଟ କରାଯାଇଛି। ପ୍ରତି ସେଗ୍‌ମେଣ୍ଟ୍‌ରେ ଜଣେ ବନ ବିଭାଗ କର୍ମଚାରୀ ଓ ଜଣେ ସ୍ବେଚ୍ଛାସେବୀ କଇଁଛ ଗଣତି ପ୍ରକ୍ରିୟାରେ ନିୟୋଜିତ ହୋଇଛନ୍ତି। କଇଁଛମାନେ ଗାତ ଖୋଳି ସେହି ଗାତରେ ଅଣ୍ଡା ଦେଇଥାନ୍ତି। ପ୍ରତି କଇଁଛ ୧୦୦ରୁ ୧୬୦ ଅଣ୍ଡା ଦେବା ପରେ ସେହି ଗାତକୁ ବାଲିରେ ପୋତି ସମୁଦ୍ରକୁ ଫେରିଯାଆନ୍ତି। ସେମାନଙ୍କ ଅଣ୍ଡାରୁ ଛୁଆ ଫୁଟିବାକୁ ପ୍ରାୟ ୫୦ ଦିନ ସମୟ ଲାଗୁଥିବାରୁ ବନ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଛୁଆ ଫୁଟିବା ପରେ ସେମାନେ ଧୀରେ ଧୀରେ ସମୁଦ୍ରକୁ ଫେରନ୍ତି। ଏହା ପ୍ରକୃତିର ନିୟମ ବୋଲି ସ୍ଥାନୀୟ ଲୋକେ କହନ୍ତି।
ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ସମୟରେ ସେହି ଅଞ୍ଚଳରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ କଇଁଛମାନେ ଅଣ୍ଡା ଦେବାକୁ ଆସିବେ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ବେଳାଭୂମି ସ୍ବଚ୍ଛ ନ ଥିଲେ କଇଁଛମାନେ ଅଣ୍ଡା ଦେବାକୁ ଆସନ୍ତି ନାହିଁ। ଅଣ୍ଡା ଫୁଟିବା ପରେ ଯେଉଁ ଖୋଳପା ରହେ, ତାହା ମାଟିରେ ମିଶିବା ପାଇଁ ଦୀର୍ଘ ବର୍ଷ ଲାଗି ଯାଉଥିବାରୁ ପ୍ରତିବର୍ଷ ବେଳାଭୂମି ସଫେଇ ଉପରେ ବନ ବିଭାଗ ଗୁରୁତ୍ୱ ଦେଉଛି ବୋଲି ବ୍ରହ୍ମପୁର ବନଖଣ୍ଡର ଖଲ୍ଲିକୋଟ ରେଞ୍ଜର ଏସିଏଫ୍‌ ଦିବ୍ୟ ଶଙ୍କର ବେହେରା କହିଛନ୍ତି। ଅଲିଭ୍‌ରିଡ୍‌ଲେ କଇଁଛ ଓ ଅଣ୍ଡାର ସୁରକ୍ଷା ପାଇଁ ସମସ୍ତେ ସଜାଗ ରହିଛୁ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଜୟନ୍ତୀ ଉତ୍ସବ, ମହାବିଷୁବ ପଣା ସଂକ୍ରାନ୍ତି ପାଳିତ

ବାଲିଗୁଡା,୧୪।୦୪,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରଭୁ ଶ୍ରୀରାମଙ୍କ ପରମଭକ୍ତ ହନୁମାନଙ୍କ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣାସଂକ୍ରାନ୍ତି...

ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ପକ୍ଷରୁ ପଣା ବଣ୍ଟନ

ରାଇକିଆ,୧୪।୪,(ପ୍ରଦୀପ ବେହେରା): ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳନ ପାଇଁ କନ୍ଧମାଳ ଜିଲା ରାଇକିଆ ବିଶ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ...

ମହାବିଷୁବ ସଂକ୍ରାନ୍ତିରେ ତୃଷାର୍ତ୍ତଙ୍କୁ ପଣା ବାଣ୍ଟିଲେ ମହିଳା

ବଲାଙ୍ଗୀର,୧୪ା୪(ସୁନୀଲ କୁମାର ମହାନ୍ତି): ମହାବିଷୁବ ସଂକ୍ରାନ୍ତି ଅବସରରେ ଜିଲା ଚିତ୍ରଗୁପ୍ତ କଲ୍ୟାଣ ସଂଘ ମହିଳା ଶାଖା ପକ୍ଷରୁ ବଲାଙ୍ଗୀର ନରସିଂହ ମନ୍ଦିର ସମ୍ମୁଖ ମୁଖ୍ୟରାସ୍ତା କଡ଼ରେ...

ମା’ ହତ୍ୟାର ପ୍ରତିଶୋଧ ନେଲେ ପୁଅ, ପଥରରେ ଛେଚି ବାପାଙ୍କୁ କଲେ ହତ୍ୟା

ରାଉରକେଲା,୧୪ା୪(ସଙ୍ଗୀତା ଜେନା): ବହୁ ପୂର୍ବରୁ ମାଆଙ୍କୁ ହତ୍ୟା କରିବାର ପ୍ରତିଶୋଧ ନେବା ପାଇଁ ଜଣେ ପୁଅ ବିଷ୍ଣୁ- (୨୨) ତାଙ୍କ ବାପା କ୍ରାନ୍ତି କୁମାର ବର୍ମା...

ପଣା ସଂକ୍ରାନ୍ତିରେ ମନ୍ଦିରରୁ ମିଳିଲା ପୂଜକଙ୍କ ଝୁଲନ୍ତା ମୃତଦେହ

କଟକ,୧୪।୪: ଆଜି ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ। ଏନେଇ ଗାଁଠୁ ସହର ସବୁଠି ଉତ୍ସବମୁଖର। ଘରେ ଘରେ ଚାଲିଛି...

କାର୍ଯ୍ୟଦକ୍ଷତା ବୃଦ୍ଧି କରେ ମନ ପସନ୍ଦର ସଙ୍ଗୀତ

ଯଦି ଜଣେ ବ୍ୟକ୍ତି ପ୍ରତିଦିନ କିଛି ସମୟ ନିଜ ମନ ପସନ୍ଦର ସଙ୍ଗୀତ ଶୁଣନ୍ତି ତେବେ ତାଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇପାରେ। ଏପରି ଆକଳନ କରିଛନ୍ତି...

ଓଡ଼ିଆ ନୂଆବର୍ଷର ସଂକଳ୍ପ

ଆଜି ପବିତ୍ର ଓଡ଼ିଆ ନୂଆବର୍ଷ। ମହାବିଷୁବ ସଂକ୍ରାନ୍ତି। ମହାବୀର ହନୁମାନ ଜୟନ୍ତୀ। ଆଜି ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଓଡ଼ିଆ ପାଞ୍ଜିର ହେବ ଶୁଭାରମ୍ଭ। ଆଜି...

ବାବୁଙ୍କୁ ‘ଇ-ପାର୍‌’ ଅଡୁଆ

ଭୁବନେଶ୍ୱର,୧୪ା୪(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନ ଗ୍ରୁପ୍‌-କ ଏବଂ ଖ ବର୍ଗର ଅଧିକାରୀମାନେ ସେମାନଙ୍କ ପର୍‌ଫର୍ମାନ୍ସ ଆପ୍ରାଇଜାଲ ରିପୋର୍ଟ(ଇ-ପାର୍‌) ତଥ୍ୟ ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image