ଲିବ୍ୟା ବନ୍ୟା: ମଲେଣି ୧୧ହଜାର ଲୋକ, ବଢିପାରେ ମୃତକଙ୍କ ସଂଖ୍ୟା

ତ୍ରିପୋଲି,୧୬।୯: ପ୍ରକୃତିର ତାଣ୍ଡବରେ ଥରି ଉଠିଛି ଲିବ୍ୟା। ଭୟଙ୍କର ବନ୍ୟାରେ ଏପର୍ଯ୍ୟନ୍ତ ୧୧ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ପୂର୍ବ ଲିବ୍ୟାର ଡର୍ନା ସହର ଏହି ବିପର୍ଯ୍ୟୟ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି। ସେଠାରେ ଅନେକ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେଶନ ଜାରି ରହିଛି। ଡର୍ନା ସହର ବାହାରେ ଦୁଇଟି ବନ୍ଧ ମଧ୍ୟ ଭାଙ୍ଗିଯାଇଛି। ଯାହା ବନ୍ୟା ସମସ୍ୟାକୁ ର୍ଦୁବିଷହ କରିଦେଇଛି। ଉଦ୍ଧାର କର୍ମଚାରୀମାନେ ପୀଡିତଙ୍କ ନିକଟରେ ପହଞ୍ଚିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଲିବ୍ୟାର ପ୍ରଳୟଙ୍କରୀ ବନ୍ୟାରେ ସରକାରୀ ମୃତ୍ୟୁ ସଂଖ୍ୟା ୧୧,୪୭୦କୁ ବୃଦ୍ଧି ପାଇଛି। ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଲିବ୍ୟା କର୍ତ୍ତୃପକ୍ଷ ଡର୍ନା ସହରକୁ ସିଲ୍‌ କରିଛନ୍ତି। ୧୦ହଜାର ୧୦୦ଲୋକ ନିଖୋଜ ଅଛନ୍ତି।

Share