ପୂରଣ ହେବ ୧୧,୦୦୬ ନର୍ସିଂ ଅଫିସର ପଦବୀ

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ୧୧,୦୦୬ ନୂତନ ନର୍ସିଂ ଅଫିସର ପଦବୀ ସୃଷ୍ଟି କରାଯାଇଛି ।

ଏହି ପଦବୀଗୁଡ଼ିକ ରାଜ୍ୟର ସମସ୍ତ ଜିଲାର ମୁଖ୍ୟ ଚିକିତ୍ସାଳୟ ସହିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ତଥା ବିଭିନ୍ନ ମେଡିକାଲ କଲେଜରେ ପୂରଣ କରାଯିବ। ଏହିସବୁ ପଦବୀଗୁଡ଼ିକ ଦୁଇଟି ପର୍ଯ୍ୟାୟରେ ପୂରଣ କରାଯିବ। ଓଡ଼ିଶା ନର୍ସିଂ ସେବା ନିୟମାବଳୀ-୨୦୧୯ ଅନୁଯାୟୀ ଏହି ପଦବୀଗୁଡ଼ିକ ପୂରଣ ହେବ।

ଏହି ନୂତନ ପଦବୀଗୁଡ଼ିକ ମଧ୍ୟରୁ ଜିଲାର ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ୮୭୪, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ୫୪୦୦ ଏବଂ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରଗୁଡ଼ିକରେ ୨୬୫୯ ପଦବୀ ସୃଷ୍ଟି କରାଯାଇଛି। ଏହିପରି ଜିଲାସ୍ତରରେ ସମୁଦାୟ ୮୯୩୩ ପଦବୀ ସୃଷ୍ଟି କରାଯାଇଛି । ଏହାବ୍ୟତୀତ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକରେ ମଧ୍ୟ ୨୦୭୩ ପଦବୀ ସୃଷ୍ଟି କରାଯାଇଛି ।

Share