ଭୋଗରାଇ,୧୬ା୧୦(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଜଳସୋହରିଆ ଗ୍ରାମରୁ ରବିବାର ବନ୍ୟପ୍ରାଣୀ ବିଭାଗ ୧୧୧ଟି କଇଁଛ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଜଣେ ବେପାରୀଙ୍କୁ ଗିରଫ କରାଯାଇଛି। ସେ ହେଲେ ଗୌରାଙ୍ଗ ମଣ୍ଡଳ। ଗୌରାଙ୍ଗ କଇଁଛଗୁଡ଼ିକୁ ଘରେ ରଖି ପଶ୍ଚିମବଙ୍ଗରେ ବିକ୍ରି କରିବାକୁ ଯୋଜନା କରୁଥିଲେ ବୋଲି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଢ଼ାଉରେ ଫରେଷ୍ଟର ଭକ୍ତିଲତା ଦାସ, ଫରେଷ୍ଟ ଗାର୍ଡ ରଞ୍ଜିତା ବିଶ୍ୱାଳ, ମନୋହର ସିଂ, ଦିଲ୍ଲୀପ ସିଂ, ସଞ୍ଜୟ ମହାନ୍ତି, ମିନତୀ ମାଝି, ଭକ୍ତିଲତା ଦାସ ସାମିଲ ଥିଲେ l