ଆଜି ରାଜଧାନୀରୁ ୧୧୧୬ ପଜିଟିଭ୍‌ ଚିହ୍ନଟ, ବଢୁଛି ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର,୪।୫(ବ୍ୟୁରୋ): ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରୁ ୧୧୧୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୭୭ ଜଣ ଚିହ୍ନଟ ହୋଇଥିବା ବେଳେ ୯୩୯ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି। ସେହିପରି ଆଜି ରାଜଧାନୀରୁ ୬୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସୂଚନାଯୋଗ୍ୟ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୮,୨୫୬ରେ ପହଞ୍ଚିଥିବା ବେଳେ ୩୯,୦୧୬ ଜଣ ସୁସ୍ଥ ହୋଇଛନ୍ତି। ୮୯୪୭ ଜଣ ଚିକିିତ୍ସିତ ହେଉଛନ୍ତି। ୨୭୨ ଜଣଙ୍କ ମୃତ୍ୟୁ ଘଟିଛି।

Share