ଆଜି ରାଜ୍ୟରୁ ସୁସ୍ଥ ହେଲେ ୧୧,୩୪୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୨ା୧(ବ୍ୟୁରୋ): ଆଜି ରାଜ୍ୟରୁ ୧୧,୩୪୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୧,୧୦,୭୬୭ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩,୧୬୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୨୧୩୬ ଏବଂ କଟକରୁ ୮୪୭ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ବାଲେଶ୍ୱରରୁ ୭୮୩, ସମ୍ବଲପୁର ୩୭୯, ମୟୂରଭଞ୍ଜ ୨୭୫, ପୁରୀ ୨୬୯, ବଲାଙ୍ଗୀର ୨୩୪, ଯାଜପୁର ୨୧୦, ଜଗତସିଂହପୁର ୧୯୪, ନବରଙ୍ଗପୁର ୧୬୬, ରାୟଗଡ଼ା ୧୫୭, ଗଞ୍ଜାମ ୧୫୫, କଳାହାଣ୍ଡି ୧୫୪,ନୟାଗଡ଼ ୧୪୬, ସୋନପୁର ୧୪୬, ଭଦ୍ରକ ୧୩୮, ବରଗଡ଼ ୧୩୬, କେନ୍ଦୁଝର ୧୩୬, ଅନୁଗୋଳ ୧୨୯, ଗଜପତି ୧୧୭, କୋରାପୁଟ ୧୧୦, ଝାରସୁଗୁଡ଼ା ୧୦୭, କେନ୍ଦ୍ରାପଡ଼ା ୯୦, ବୌଦ୍ଧ ୮୬, କନ୍ଧମାଳ ୫୦, ମାଲକାନଗିରି ୪୯, ଢେଙ୍କାନାଳ ୩୯ରୁ ୨୩ ଏବଂ ଦେବଗଡ଼ରୁ ୨୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍‌ପୁଲ୍‌ ସଂଖ୍ୟା ରହିଛି ୭୧୭।

Share