ଆଜି ରାଜ୍ୟରୁ ୧୧୪ ପଜିଟିଭ୍‌ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ରବିବାର ୧୧୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫,୦୭୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୬୮ ଜଣ ଚିହ୍ନଟ ହୋଇଥିବା ବେଳେ ୪୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୧ ଏବଂ ଖୋର୍ଦ୍ଧାରୁ ୯ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୮, ବାଲେଶ୍ୱର ୭, ବଲାଙ୍ଗୀର ୩, କଟକ ୭, ଦେବଗଡ଼ ୧, ଗଞ୍ଜାମ ୫, ଜଗତସିଂହପୁର ୨, ଯାଜପୁର ୬, ଝାରସୁଗୁଡ଼ା ୨, ମୟୂରଭଞ୍ଜ ୫, ନବରଙ୍ଗପୁର ୧, ନୂଆପଡ଼ା ୮, ପୁରୀ ୮ ଏବଂ ରାୟଗଡ଼ା ୩, ସମ୍ବଲପୁର ୪ ଏବଂ ସୋନପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୋଲ୍‌ ସଂଖ୍ୟା ରହିଛି ୨।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫, ୦୭୨ରେ ପହଞ୍ଚିଥିବା ବେଳେ ୩,୩୧,୯୬୨ ଜଣ ସୁସ୍ଥ ହୋଇଛନ୍ତି। ୧୧୫୧ ଜଣ ଚିକିତ୍ସିତ ହେଉଛନ୍ତି।