ଖମାର, ୩୦ା୧୧ (ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ରଜଡ଼ଙ୍ଗ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ମଧ୍ୟାନଭୋଜନ ଖାଇ ୧୧୬ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟନ୍ଦ୍ରେରେ ଭର୍ତ୍ତି କରାଯାଇଛି। ମଧ୍ୟାନଭୋଜନରେ ଖାଇଥିବା ସୋୟା ବଡି ନିମ୍ନମାନର ଥିବା କାରଣରୁ ଛାତ୍ରୀଛାତ୍ରମାନେ ଅସୁସ୍ଥ ହୋଇଥିବା ଅଭିଭାବକମାନେ ସନ୍ଦେହ କରୁଛନ୍ତି। ସେହିପରି ବିଷାକ୍ତ ଖାଦ୍ୟ ପାଇଁ ଛାତ୍ରୀଛାତ୍ରମାନଙ୍କ ବାନ୍ତି ହେଉଥିବା ମେଡିକାଲ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ପାଲଲହଡ଼ା ବ୍ଲକ ଶିକ୍ଷା ଅଧିକାରୀ ପୁରୁଷୋତ୍ତମ ବେହେରା କହିଛନ୍ତି, ସୋୟାବଡିରେ କିଛି ଅସୁବିଧା ଥିବାରୁ ଛାତ୍ରୀଛାତ୍ରମାନେ ଅସୁସ୍ଥ ହୋଇଥାଇପାରନ୍ତି। ତେବେ ଶିକ୍ଷକମାନଙ୍କ ଦାୟିତ୍ୱହୀନତା ହିଁ ଏଥିପାଇଁ ଦାୟୀ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ରିପୋର୍ଟ ଲେଖା ହେବା ଯାଏ ମେଡିକାଲରେ ଛାତ୍ରୀଛାତ୍ରମାନଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି।