Categories: ବାଣିଜ୍ୟ

ଏପ୍ରିଲରେ ୧୧,୬୫୬ ୟୁନିଟ୍‌ ଟ୍ରାକ୍ଟର ବିକ୍ରି

ଭୁବନେଶ୍ୱର,୧୭ା୫: ଭାରତର ୧ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ‘ସୋନାଲିକା’ର ମାସିକ ବିକ୍ରି ଫଳାଫଳ ନିକଟରେ ଘୋଷଣା କରାଯାଇଛି। କମ୍ପାନୀର ଘୋଷଣା ଅନୁଯାୟୀ ୨୦୨୪ ଏପ୍ରିଲରେ ବ୍ରାଣ୍ଡ୍‌ ମୋଟ ୧୧,୬୫୬ ୟୁନିଟ୍‌ ବିକ୍ରି କରିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ଅପ୍ରତ୍ୟାଶିତ ସଫଳତା ପରେ ବ୍ରାଣ୍ଡ୍‌ ଏକ ଉନ୍ନତ ପ୍ଲାଟ୍‌ଫର୍ମ ସହ ୨୦୨୪-୨୫ ଆର୍ଥିକ ବର୍ଷର ଯାତ୍ରା ଆରମ୍ଭ କରିବା ପାଇଁ ଉତ୍ସାହିତ ଅଛିି।

ଉଲ୍ଲେଖଯୋଗ୍ୟ, କମ୍ପାନୀ ବାର୍ଷିକ ଆଧାରରେ ମୋଟ ୧୧,୬୫୬ ୟୁନିଟ୍‌ ଟ୍ରାକ୍ଟର ବିକ୍ରି କରିଥିବା ବେଳେ ବଜାର ଅଂଶ ହାସଲ କରିବା ମଧ୍ୟ ଜାରି ରଖିଛି। ଅପରପକ୍ଷରେ ସୋନାଲିକାର ହୋସିଆରପୁରସ୍ଥିତ ପ୍ଲାଣ୍ଟରୁ ଉପତ୍ାଦିତ ଅଭିନବ ଟ୍ରାକ୍ଟରଗୁଡିକ କୃଷକଙ୍କ ପାଇଁ ଉପତ୍ାଦକତା ଓ ଲାଭ ପ୍ରଦାନ କରିବା ଦୃଷ୍ଟିରୁ ଉତ୍କର୍ଷ ପ୍ରଦର୍ଶନକରି ଆସୁଛି। ବ୍ରାଣ୍ଡ୍‌ର ହେଭି ଟ୍ରାକ୍ଟର ରେଞ୍ଜ ଗୁଣବତ୍ତା ଓ କାର୍ଯ୍ୟଦକ୍ଷତାର ଉପଯୁକ୍ତ ସମ୍ମିଶ୍ରଣ ସୃଷ୍ଟିକରିବା ସହ ସୋନାଲିକାର ଗୁରୁତ୍ୱ କମ୍ପାନୀକୁ ଭାରତରେ ୩ୟ ସର୍ବବୃହତ୍‌ ଟ୍ରାକ୍ଟର ବ୍ରାଣ୍ଡ୍‌ର ସ୍ଥିତିକୁ ଦୃଢତାର ସହ ସୁରକ୍ଷିତ ରଖିବା ପାଇଁ ସକ୍ଷମ କରିଛି।

ଏ ସମ୍ପର୍କରେ ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିମିଟେଡ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତ୍ତଲ କହିଛନ୍ତି, ବଜାର ଅଂଶରେ ବୃଦ୍ଧି ସହ ୨୦୨୪ ଏପ୍ରିଲରେ ମୋଟ ୧୧,୬୫୬ ୟୁନିଟ୍‌ ଟ୍ରାକ୍ଟର ବିକ୍ରି ସହ ୨୦୨୪-୨୫ ଆର୍ଥିକ ବର୍ଷର ଯାତ୍ରାକୁ ଆରମ୍ଭ କରିବା ପାଇଁ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ଆଡ୍‌ଭାନ୍ସଡ୍‌ ହେଭି ଡ୍ୟୁଟି ଟ୍ରାକ୍ଟର ସିରିଜ ନିରନ୍ତର ଭାବେ କୃଷକମାନଙ୍କୁ ନୂଆ ସୁଯୋଗଗୁଡିକର ଏକ ଦୁନିଆ ଆଡ଼କୁ ଅଗ୍ରସର କରୁଛି। ଏ କାରଣରୁ ଆମ ନିକଟରେ ଆଜି ୧୫ ଲକ୍ଷରୁ ଅଧିକ କୃଷକଙ୍କ ପରିବାର ରହିଛି। ଏପରିକି ଆଗକୁ ରହିଥିବା ସୀମାହୀନ ସୁଯୋଗଗୁଡିକ ସହ ଆମେ କୃଷକମାନଙ୍କ ଉପତ୍ାଦକତା ବୃଦ୍ଧି କରିବା ପାଇଁ ଚଳିତ ଆର୍ଥିକ ବର୍ଷରେ ନୂଆ ଉପତ୍ାଦଗୁଡିକର ଶୁଭାରମ୍ଭ କରିବା ଲାଗି ଅଧିକ ଦୃଢ଼ ନିଶ୍ଚିତ ରହିଛୁ।

Share