ଭତ୍ତା ଯୋଜନାରେ ସାମିଲ ହେଲେ ୧୧୭ ନୂଆ ହିତାଧିକାରୀ

କେସିଙ୍ଗା,୨୧ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଶିରୋଲ ଗ୍ରାମ ପଞ୍ଚାୟତର ନୂତନ ହିତାଧିକାରୀଙ୍କୁ ସରପଞ୍ଚ ଝରଣା ବାଗଙ୍କ ନେତୃତ୍ୱରେ ବୁଧବାର ଭତ୍ତା ବଣ୍ଟନ କରାଯାଇଛି। ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗ ଦେଇଥିଲେ। ଉକ୍ତ ପଞ୍ଚାୟତର ୧୧୭ଜଣ ବୃଦ୍ଧାବୃଦ୍ଧଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଜଣ ପିଛା ୫୦୦ ଲେଖାଏ ହିସାବରେ ୫୮ହଜାର ୫୦୦ଟଙ୍କା ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ବିକ୍ରାନ୍ତ ବାଗ, ଜିଆରଏସ୍‌ ଉପେନ୍ଦ୍ର ଗୌଡ଼, ନାଏବ ସରପଞ୍ଚ ଓ ସମସ୍ତ ଓ୍ବାର୍ଡ ସଭ୍ୟାସଭ୍ୟ ଉପସ୍ଥିତ ଥିଲେ।