ଭୁବନେଶ୍ୱର,୨୭।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।
ବୁଧବାର ୧୧୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୧୫୫ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ ୬୮୮ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୪୮୬ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୯ ହଜାର ୮୫ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ ୩, ବାଲେଶ୍ୱରରୁ ୧୬ ,ବରଗଡ଼ରୁ ୨୩, ଭଦ୍ରକରୁ ୭, ବଲାଙ୍ଗୀରରୁ ୩୨, ବୌଦ୍ଧରୁ ୪, କଟକରୁ ୬୩, ଦେବଗଡ଼ରୁ ୯, ଢେଙ୍କାନାଳରୁ ୫, ଗଜପତିରୁ ୫, ଗଞ୍ଜାମରୁ ୩, ଜଗତ୍ସିଂହପୁରରୁ ୧୧, ଯାଜପୁରରୁ ୧୬, ଝାରସୁଗୁଡ଼ାରୁ ୧୩, କଳାହାଣ୍ଡିରୁ ୧୯, କନ୍ଧମାଳରୁ ୨୮, କେନ୍ଦ୍ରାପଡ଼ାରୁ ୫, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୩୧୬, କୋରାପୁଟରୁ ୧୬, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୮୭, ନବରଙ୍ଗପୁରରୁ ୧୬, ନୟାଗଡ଼ରୁ ୨୫, ନୂଆପଡ଼ାରୁ ୯, ପୁରୀରୁ ୮, ରାୟଗଡ଼ାରୁ ୧୨, ସମ୍ବଲପୁରରୁ ୮୯, ସୁବର୍ଣ୍ଣପୁରରୁ ୧୪, ସୁନ୍ଦରଗଡ଼ରୁ ୨୬୧ ଓ ଷ୍ଟେଟ୍ ପୁଲ୍ରୁ ୪୮ ଜଣ ଅଛନ୍ତି।