Categories: ଜାତୀୟ

ସୋମବାର ୧୧୮ ତମ ଦ୍ୱିପାକ୍ଷିକ ସିନ୍ଧୁ ଜଳ ଚୁକ୍ତି ବୈଠକ…

ନୂଆଦିଲ୍ଲୀ, ୨୯।୫ : ସିଦ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ୧୧୮ ତମ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବା ପାଇଁ ପାକିସ୍ତାନର ଏକ ୫ ଜଣିଆ ପ୍ରତିନିଧି ଦଳ ସୋମବାର ଭାରତରେ ପହଞ୍ଚିବେ। ଉଭୟ ପକ୍ଷ ସିନ୍ଧୁ ଜଳ ଚୁକ୍ତିର ପ୍ରମୁଖ ପରିଯୋଜନା ଉପରେ ଆଲୋଚନା କରିବେ।

ଏହି ବୈଠକରେ ବନ୍ୟା ପରିସ୍ଥିତି ଏବଂ ସିନ୍ଧୁ ଜଳ ଉପରେ ସ୍ଥାୟୀ ଆୟୋଗର ବାର୍ଷିକ ରିପୋର୍ଟ ଉପରେ ଉଭୟ ପକ୍ଷ ଆଲୋଚନା କରିବେ ବୋଲି କୁହାଯାଉଛି। ଏଥି ସହିତ ୧୦୦୦ ମେଗାୱାଟ କ୍ଷମତା ବିଶିଷ୍ଟ ପାକୁଲ ଡୁଲ ଜଳ ବିଦ୍ୟୁତ୍‌ ଯୋଜନା ଉପରେ ଦୁଇ ଦେଶ ମଧ୍ୟରେ ଆଲୋଚନା ମଧ୍ୟ ହୋଇପାରେ। ପାକିସ୍ତାନ ପ୍ରତିନିଧି ଦଳ ୱାଘା ସୀମା ଦେଇ ଭାରତକୁ ଆସିବେ। ଜୁନ୧ ରେ ଏହି ଦଳ ପାକିସ୍ତାନକୁ ଫେରିଯିବେ।

ଏହାପୂର୍ବରୁ ୨୦୨୨ ମାର୍ଚ୍ଚ ୨ ରୁ ୪ ମଧ୍ୟରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ତିନି ଦିନିଆ ଆଲୋଚନା ହୋଇଥିଲା।
ସୂଚନାଯୋଗ୍ୟ, ୧୯୬୨ ସେପ୍ଟେମ୍ବର ୧୯ରେ ତତ୍କାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ଏବଂ ପାକିସ୍ତାନର ସାମରିକ ଶାସକ ଆୟୁବ ଖାଁଙ୍କ ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷର ହୋଇଥିଲା।

Share