୧୧୯ ଓ୍ବାର୍ଡମେମ୍ବର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

କୋକସରା,୨୯ା୧(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରଣକ୍ଷେତ୍ର ପ୍ରସ୍ତୁତ ସରିଛି। ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ପ୍ରକାଶ ପାଇଛି ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା। କୋକସରା ବ୍ଲକ ୨୨ ପଞ୍ଚାୟତର ବିଭିନ୍ନ ପଞ୍ଚାୟତ ସମିତି, ସରପଞ୍ଚ ଓ ଓ୍ବାର୍ଡମେମ୍ବର ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହୃତ ପରେ ୫୦୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି। କୋକସରା ବ୍ଲକର ୨୨ ପଞ୍ଚାୟତରେ ସମିତି ପାଇଁ ୯୬ ଜଣ, ସରପଞ୍ଚ ପାଇଁ ୧୨୩ ଜଣ ଓ ଓ୍ବାର୍ଡମେମ୍ବର ପାଇଁ ୨୮୧ ଜଣ ପ୍ରାର୍ଥୀ ନିର୍ବାଚନରେ ଲଢ଼ିବା ପାଇଁ ପଞ୍ଚାୟତ ନିର୍ବାଚନ ରଣକ୍ଷେତ୍ରରେ ନିଜ ଭାଗ୍ୟ ପରୀକ୍ଷା କରିବେ।

ଫେବୃୟାରୀ ୨୦ରେ କୋକସରା ବ୍ଲକରେ ମତଦାନ ହେବ। ଏହା ପୂର୍ବରୁ ସମିତି ସଭ୍ୟ, ସରପଞ୍ଚ ପ୍ରାର୍ଥୀମାନେ ନିଜ ନିଜ ପଞ୍ଚାୟତରେ ପ୍ରଚାର ପ୍ରସାର ଆରମ୍ଭ କରିଥିବା ଦେଖିବାକୁ ମିଳୁଛି । ତେବେ କୋକସରା ବ୍ଲକର ୨୨ ପଞ୍ଚାୟତରୁ ୧୧୯ ଜଣ ଓ୍ବାର୍ଡମେମ୍ବର ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚନ ଜିତିଛନ୍ତି। ସମିତି ସଭ୍ୟ, ସରପଞ୍ଚ ଓ ଓ୍ବାର୍ଡ ସଭ୍ୟଙ୍କୁ ନିର୍ବାଚନରେ ଲଢ଼ିବା ପାଇଁ ଚିହ୍ନ ମଧ୍ୟ ମିଳିଛି।ଏହି ଚିହ୍ନକୁ ନେଇ ସେମାନେ ନିଜର ସମର୍ଥକଙ୍କ ସହ ଗାଁ ଗାଁ ପଡ଼ା ପଡ଼ା ବୁଲି ଲୋକଙ୍କ ନିକଟରେ ପହଞ୍ଚି ନିଜ ସପକ୍ଷରେ ଭୋଟ ଦେବାକୁ ମନାଉଛନ୍ତି। ତେବେ ନିର୍ବାଚନକୁ ନେଇ ଗାଁ ଗାଁରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଥିବା ବେଳେ ଆଶାୟୀ ପ୍ରାର୍ଥୀ ଓ ସମର୍ଥକଙ୍କ ମଧ୍ୟରେ ଦିନରାତି ପଞ୍ଚାୟତ ରାଜନୀତି ପାଇଁ ଉତ୍କଣ୍ଠା, ବିଜୟ ପାଇଁ ରଣନୀତି ଓ କସରତ ଦେଖିବାକୁ ମିଳିଛି।