Posted inଜାତୀୟ

ଓଡ଼ିଶାରେ ୧୧,୯୪୦ ପୋକ୍ସୋ ମାମଲା

ନୂଆଦିଲ୍ଲୀ,୧୦ା୧୨: ପ୍ରତି ପିଲାଙ୍କୁ ନ୍ୟାୟ ପ୍ରଦାନ ଲାଗି ଦୃଢ଼ ନୀତି ପ୍ରଣୟନ କରାଯିବା ସହ ପର୍ଯ୍ୟାପ୍ତ ଅର୍ଥ ମଞ୍ଜୁର କରାଯାଉଥିବା ନେଇ କେନ୍ଦ୍ର ସରକାର ଦାବି କରିଆସୁଥିବାବେଳେ କ୍ୱଚିତ ପିଲାଙ୍କୁ ଛାଡ଼ିଦେଲେ ଲକ୍ଷ ଲକ୍ଷ ପିଲା ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଦେଶର ଫାଷ୍ଟ-ଟ୍ରାକ୍‌ ସ୍ପେଶାଲ କୋର୍ଟ (ଏଫ୍‌ଟିଏସ୍‌ସି)ଗୁଡ଼ିକରେ ଚଳିତ ବର୍ଷ ଜାନୁୟାରୀ ୩୧ ସୁଦ୍ଧା ୨.୪୩ ଲକ୍ଷରୁ ଊର୍ଦ୍ଧ୍ୱ ପୋକ୍ସୋ ମାମଲା ବିଚାର ଅପେକ୍ଷାରେ ପଡ଼ିରହିଛି। ଏକ ଏନ୍‌ଜିଓ ପକ୍ଷରୁ ପ୍ରକାଶିତ ଗବେଷଣା ସନ୍ଦର୍ଭରୁ ଏହା ଜଣାପଡ଼ିଛି। ଓଡ଼ିଶାରେ ବିଚାରାଧୀନ ଥିବା ପୋକ୍ସୋ ମାମଲା ସଂଖ୍ୟା ୧୧,୯୪୦ ଥିବାବେଳେ ଏହା ତାଲିକାର ୧୫ତମ ସ୍ଥାନରେ ରହିଛି। ତଥ୍ୟ ଅନୁଯାୟୀ ଉତ୍ତରପ୍ରଦେଶରେ ସର୍ବାଧିକ ୬୭,୧୫୩ ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍ସୋ) ମାମଲା ବିଚାର ଅପେକ୍ଷାରେ ରହିଛି। ଏହା ପଛକୁ ମହାରାଷ୍ଟ୍ରର ଫାଷ୍ଟ-ଟ୍ରାକ୍‌ କୋର୍ଟଗୁଡ଼ିକରେ ୩୩,୦୭୨ ମାମଲା ପଡ଼ିଥିବାବେଳେ ପଶ୍ଚିମବଙ୍ଗରେ ୨୨,୧୬୪, ବିହାରରେ ୧୫,୫୯୪ ମାମଲା ବିଚାରାଧୀନ ଥିବା ଉକ୍ତ ରିପୋର୍ଟରୁ ଜଣାପଡ଼ିଛି।
୨୦୨୨ରେ ସାରା ଦେଶରେ ମାତ୍ର ୩ ପ୍ରତିଶତ ପୋକ୍ସୋ ମାମଲାର ବିଚାର ଶେଷ ହୋଇଥିଲା। ଇଣ୍ଡିଆ ଚାଇଲ୍ଡ ପ୍ରୋଟେକ୍ସନ ଫଣ୍ଡ(ଆଇସିପିଏଫ୍‌) ପକ୍ଷରୁ ପ୍ରକାଶିତ ଗବେଷଣାତ୍ମକ ସନ୍ଦର୍ଭ ‘ଜଷ୍ଟିସ୍‌ ଆଓ୍ବେଟ୍‌ସ: ଆନ୍‌ ଆନାଲିସିସ୍‌ ଅଫ୍‌ ଦି ଏଫିକେସି ଅଫ୍‌ ଜଷ୍ଟିସ୍‌ ଡେଲିଭରି ମେକାନିଜମ୍‌ସ ଇନ୍‌ କେସେସ୍‌ ଅଫ୍‌ ଚାଇଲ୍ଡ ସେକ୍ସୁଆଲ୍‌ ଆବ୍ୟୁଜ୍‌ ଇନ୍‌ ଇଣ୍ଡିଆ’ରେ କୁହଯାଇଛି, ଯଦି କୌଣସି ନୂଆ ମାମଲା ତାଲିକାରେ ଯୋଡ଼ା ନ ଯାଏ ତେବେ ଏହି ସମସ୍ତ ବକେୟା ମାମଲାକୁ ଫଇସଲା କରିବା ପାଇଁ ଅନୂ୍ୟନ ୯ ବର୍ଷ ଲାଗିଯିବ।

ତେବେ ଅରୁଣାଚଳପ୍ରଦେଶ, ବିହାର ଭଳି କେତେକ ରାଜ୍ୟରେ ଏତେ ସଂଖ୍ୟାରେ ପୋକ୍ସୋ ମାମଲା ପଡ଼ିରହିଛି, ଯାହାକୁ କ୍ଲିୟର କରିବା ପାଇଁ ୨୫ ବର୍ଷରୁ ଅଧିକ ସମୟ ଲାଗିବ। ଉକ୍ତ ରିପୋର୍ଟ ଦେଶର ନ୍ୟାୟ ବ୍ୟବସ୍ଥାର ସାମର୍ଥ୍ୟ ଉପରେ ବଡ଼ ପ୍ରଶ୍ନବାଚୀ ଲଗାଇଛି।
ପୋକ୍ସୋ ମାମଲାଗୁଡ଼ିକର ବିଚାର ବିଳମ୍ବ ହେବା ପାଇଁ ୩ଟି ମୁଖ୍ୟ କାରଣ ଦାୟୀ ବୋଲି ଓଡ଼ିଶା ହାଇକୋର୍ଟର ଆଇନଜୀବୀ ସାଗର ପାଣିଗ୍ରାହୀ କହିଛନ୍ତି। ପଥମଃ କାରଣ ହେଲା ଫାଷ୍ଟ-ଟ୍ରାକ୍‌ କୋର୍ଟଗୁଡ଼ିକୁ ଅନ୍ୟାନ୍ୟ ମାମଲାଗୁଡ଼ିକର ମଧ୍ୟ ବିଚାର କରିବାକୁ ଦାୟିତ୍ୱ ଦିଆଯାଇଛି। ଦ୍ୱିତୀୟରେ ଅଧିକାଂଶ ମାମଲାରେ ଅପରାଧୀ ହେଉଛନ୍ତି ଅଭିଯୋଗ ପକ୍ଷ। ତେଣୁ ଚାର୍ଜଶିଟ୍‌ ଦାଖଲ ସମୟରେ ଆବଶ୍ୟକ ତତ୍ପରତା ପ୍ରକାଶ ପାଉନାହିଁ। ତୃତୀୟରେ କୋଭିଡ୍‌ ମହାମାରୀ ସମୟରେ ସାଇବର ସମ୍ପର୍କିତ ପୋକ୍ସୋ ମାମଲା ଯଥେଷ୍ଟ ବୃଦ୍ଧି ପାଇଥିଲା।
ଶିଶୁ ଯୌନ ଉତ୍ପୀଡ଼ନର ପୀଡ଼ିତମାନଙ୍କୁ ନ୍ୟାୟ ପ୍ରଦାନ ଲାଗି କେନ୍ଦ୍ର ସରକାର ଫାଷ୍ଟ-ଟ୍ରାକ୍‌ କୋର୍ଟ ଖୋଲିବା ଲାଗି ୨୦୧୯ରେ ଐତିହାସିକ ନିଷ୍ପତ୍ତି ନେଇଥିଲେ। ପ୍ରତି ପିଲାଙ୍କୁ ନ୍ୟାୟ ପ୍ରଦାନ ଲାଗି ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ମଞ୍ଜୁର କରିବା ସତ୍ତ୍ୱେ ସେମାନଙ୍କ ପାଇଁ ନ୍ୟାୟ ସ୍ବପ୍ନ ପାଲଟିଛି। ଗତ ଜାନୁୟାରୀ ସୁଦ୍ଧା ଅରୁଣାଚଳପ୍ରଦେଶରେ ଯେତିକି ପୋକ୍ସୋ ମାମଲା ବିଚାରାଧୀନ ରହିଛି, ସେଗୁଡ଼ିକର ବିଚାର ଶେଷ କରିବାକୁ ଅନୂ୍ୟନ ୩୦ ବର୍ଷ ଲାଗିଯିବ। ସେହିପରି ଦିଲ୍ଲୀରେ ୨୭ ବର୍ଷ, ପଶ୍ଚିମବଙ୍ଗରେ ୨୫ ବର୍ଷ, ମେଘାଳୟରେ ୨୧ ବର୍ଷ, ବିହାରରେ ୨୬ ବର୍ଷ ଏବଂ ଉତ୍ତରପ୍ରଦେଶରେ ଏଥିପାଇଁ ୨୨ ବର୍ଷ ଲାଗିବ ବୋଲି ସନ୍ଦର୍ଭରେ କୁହାଯାଇଛି। ୨୦୧୯ରେ ଫାଷ୍ଟ-ଟ୍ରାକ୍‌ କୋର୍ଟ ପ୍ରତିଷ୍ଠା ହେବା ପରେ ଅଦ୍ୟାବଧି ମୋଟ ୨,୬୮,୦୩୮ ମାମଲା ବିଚାର ପାଇଁ ଆସିଥିବାବେଳେ ସେଥିରୁ ମାତ୍ର ୮,୯୦୯ ମାମଲା ଫଇସଲା ହୋଇଛି। ଫାଷ୍ଟ-ଟ୍ରାକ୍‌ କୋର୍ଟଗୁଡ଼ିକ ୨୦୨୬ ପର୍ଯ୍ୟନ୍ତ ଜାରି ରହିବା ଲାଗି କେନ୍ଦ୍ର ନିକଟରେ ୧,୯୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଅଧ୍ୟୟନରୁ ଜଣାପଡ଼ିଛି ଯେ, ଦେଶର ପ୍ରତି ଏଫ୍‌ଟିଏସ୍‌ସିରେ ବର୍ଷକୁ ହାରାହାରି ୨୮ଟି ମାମଲା ଫଇସଲା ହେଉଛି। ଅର୍ଥାତ୍‌ ଗୋଟିଏ ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିବାରେ ପ୍ରାୟ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଆଧାରରେ ଉକ୍ତ ରିପୋର୍ଟ ପ୍ରସ୍ତୁତ ହୋଇଛି। ସୁପ୍ରିମକୋର୍ଟଙ୍କ ଏକ ରାୟ ଅନୁଯାୟୀ ବାଲ୍ୟ ବିବାହ ବଳାତ୍କାର ସହ ସମାନ। ୨୦୧୧ ଜନଗଣନା ରିପୋର୍ଟ ଅନୁଯାୟୀ ଦେଶରେ ଦିନକୁ ୪,୪୪୨ ନାବାଳିକାଙ୍କୁ ବାହା କରାଇ ଦିଆଯାଉଛି, ଅର୍ଥାତ ପ୍ରତି ମିନିଟ୍‌ରେ ୩ ନାବାଳିକା ବିବାହ କରୁଛନ୍ତି। ମାତ୍ର ୩% ମାମଲା ଫଇସଲା ହେଲେ ପ୍ରତି ପିଲାଙ୍କୁ ନ୍ୟାୟ ଦେବା ଲାଗି ଆଇନର ଉଦ୍ଦେଶ୍ୟ ସାଧିତ ହୋଇପାରିବ ନାହିଁ ବୋଲି ଆଇସିପିଏଡ୍‌ ପ୍ରତିଷ୍ଠାତା ଭୁବନ ରିଭୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଣନ ବ୍ୟବସ୍ଥା ସୁଦୃଢ ହେଲେ କୃଷକଙ୍କ ଜୀବନଜୀବିକା ହେବ ସୁରକ୍ଷିତ:ସମବାୟ ମନ୍ତ୍ରୀ

ବରଗଡ,୧୦।୪(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଗୁରୁବାର ଦିନିକିଆ ବରଗଡ ଗସ୍ତରେ ଆସି...

ମ୍ୟାନମାରରେ ବିନାଶକରୀ ଭୂକମ୍ପ ପରେ ବି ଜାରି ରହିଛି କମ୍ପନ, ୧୧୨ଥର ଲାଗିଲାଣି ଭୂକମ୍ପ ଝଟକା

ନାପିଦାଉ,୧୦।୪: ମ୍ୟାନମାରରେ ହୋଇଥିବା ଭୟଙ୍କର ଭୂମିକମ୍ପ ପରଠାରୁ, ଗୁରୁବାର ସୁଦ୍ଧା ୨.୮ ରୁ ୭.୫ ତୀବ୍ରତା ମଧ୍ୟରେ ୧୧୨ ଥର ଭୂମିକମ୍ପ ଅନୁଭୂତ ହୋଇଛି। ମ୍ୟାନମାରର...

ପଦ୍ମ ପୁରସ୍କାର ନାମାଙ୍କନ ପାଇଁ ଅଧିସୂଚନା ଜାରି କଲା UGC, ଜାଣନ୍ତୁ କେବେ ପର୍ଯ୍ୟନ୍ତ ଅନଲାଇନରେ କରିପାରିବେ ଆବେଦନ

ନୂଆଦିଲ୍ଲୀ,୧୦।୪: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ପଦ୍ମ ପୁରସ୍କାର ୨୦୨୫ ପାଇଁ ଅନଲାଇନ ନାମାଙ୍କନ ଏବଂ ସୁପାରିଶ ଲାଗି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି...

ମାସିକ ଋତୁସ୍ରାବ ହେଉଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀ ଶ୍ରେଣୀଗୃହ ବାହାରେ ଦେଲେ ପରୀକ୍ଷା, ତଦନ୍ତ ନିର୍ଦ୍ଦେଶ

ତାମିଲନାଡୁ,୧୦।୪: କୋଏମ୍ବାଟୁରରେ ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କ ମାସିକ ଋତୁସ୍ରାବ ହେଉଥିବାରୁ ତାଙ୍କୁ ଶ୍ରେଣୀଗୃହ ବାହାରେ ବିଜ୍ଞାନ ପରୀକ୍ଷା ଦେବାକୁ ବାଧ୍ୟ କରାଯାଇଥିବା ଜଣାପଡିଛି। ଏହି...

ନିଜକୁ ନିଜେ ସୁରକ୍ଷା ଦେବାରେ ସିଦ୍ଧହସ୍ତ ହେବେ ଛାତ୍ରୀ: ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ଦାରିଙ୍ଗବାଡି, ୧୦।୪ (ଅରୁଣ ସାହୁ )- କଲେଜ ପଢିବା ଛାତ୍ରୀମାନେ ନିଜ ସୁରକ୍ଷାକୁ କିଭଳି ସୁଦୃଢ଼ କରିବେ ସାମାଜିଜ ସୁରକ୍ଷା ପାଇଁ ସେମାନଙ୍କୁ ରାଜ୍ୟ ସରକାର...

ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର: ଜେଲ ଗଲେ ଅଭିଯୁକ୍ତ

ଜୟପୁର,୧୦।୪(ପବନ ପାଣିଗ୍ରାହୀ): ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା କରିଥିବା ଅଭିଯୋଗରେ ଜୟପୁର ମହିଳା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବୈପାରୀଗୁଡ଼ା...

IPL 2025 ମଝିରେ ୩୩,୫୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକଙ୍କୁ ଭେଟିଲେ ପାଣ୍ଡ୍ୟା-ରୋହିତ

ଦୁବାଇ,୧୦।୪: ମୁମ୍ବାଇ ଇଣ୍ଡିଆନ୍ସ ପାଇଁ IPL 2025 ସିଜିନ ଭଲ ଚାଲିନାହିଁ। ଦଳ ଏପର୍ଯ୍ୟନ୍ତ ଖେଳାଯାଇଥିବା ୫ଟି ମ୍ୟାଚ ମଧ୍ୟରୁ ୪ରେ ପରାସ୍ତ ହୋଇଛି ଏବଂ...

‘ସେ ସମସ୍ୟାକୁ ଆମନ୍ତ୍ରଣ କରିଥିଲେ’: ବଳାତ୍କାର ପୀଡିତାଙ୍କୁ ଦୋଷ ଦେଲେ ହାଇକୋର୍ଟ, ଅଭିଯୁକ୍ତଙ୍କୁ ଜାମିନ

ନୂଆଦିଲ୍ଲୀ,୧୦।୪: ଆହ୍ଲାବାଦ ହାଇକୋର୍ଟ ଜଣେ ସ୍ନାତକୋତ୍ତର ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରିଛନ୍ତି, କହିଛନ୍ତି ଯେ ପୀଡିତା “ନିଜେ ଅସୁବିଧାକୁ ଆମନ୍ତ୍ରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image