ଡରାଇଲାଣି କରୋନା: ଚିହ୍ନଟ ହେଲେ ଆଉ ୧୧୯୬ ଆକ୍ରାନ୍ତ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ବେଳକୁ ବେଳ କାୟା ବିସ୍ତାର କରୁଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୯ ଜଣ କ୍ୱାରେଣ୍ଟାଇନ୍‌ରୁ ଥିବା ବେଳେ ୪୯୭ ଲୋକାଲ୍‌ କେସ୍‌ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୬୯ ଜଣ ସଂକ୍ରମିତ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୩,୧୯୧କୁ ବୃଦ୍ଧି ପାଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି ।

ଆକ୍ରାନ୍ତମାନେ ୨୮ ଜିଲାର। ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ୩୧୨,ସୁନ୍ଦରଗଡ଼ରୁ ୧୭୪ ଜଣ, କଟକରୁ ୧୦୯ ଜଣ, ମୟୂରଭଞ୍ଜରୁ ୧୦୨ ଜଣ, ସମ୍ବଲପୁରରୁ ୭୦ ଜଣ, ସୋନପୁରରୁ ୫୦ ଜଣ, ନୟାଗଡ଼ରୁ ୩୬ ଜଣ, ଝାରସୁଗୁଡ଼ାରୁ ୩୩ ଜଣ,ଯାଜପୁରରୁ ୨୮ ଜଣ, ପୁରୀରୁ ୨୭ ଜଣ, ବାଲେଶ୍ବର ଓ ରାୟଗଡ଼ା ଜିଲାରୁ ୧୯ ଜଣ ଲେଖାଏ, ବୌଦ୍ଧରୁ ୧୬ ଜଣ, ବଲାଙ୍ଗୀର ଓ ଜଗତସିଂହପୁରରୁ ୧୫ ଜଣ ଲେଖାଏ, କେନ୍ଦୁଝରରୁ ୧୪ ଜଣ, ବରଗଡ଼, ଭଦ୍ରକ ଓ ନବରଙ୍ଗପୁର ଜିଲ୍ଲାରୁ ୧୨ ଜଣ ଲେଖାଏ, କେନ୍ଦ୍ରାପଡ଼ାରୁ ୧୧ ଜଣ, କୋରାପୁଟରୁ ୯ ଜଣ, ଗଜପତି ଓ କଳାହାଣ୍ଡି ଜିଲାରୁ ୬ ଜଣ ଲେଖାଏ, କନ୍ଧମାଳରୁ ୫ ଜଣ, ଅନୁଗୋଳରୁ ୪ ଜଣ, ଦେବଗଡ଼ ଓ ଢ଼େଙ୍କାନାଳ ଜିଲାରୁ ୩ ଜଣ ଲେଖାଏ, ଗଞ୍ଜାମରୁ ୨ ଜଣ ଏବଂ ଷ୍ଟେଟ ପୁଲ୍‌ରୁ ୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ପ୍ରକାଶ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୩,୦୩,୧୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୦୯୩ ଟି ଆକ୍ଟିଭ କେସ ରହିଥିବା ବେଳେ ୧୨,୮୬,୯୧୫ ଜଣ ସୁସ୍ଥ ହୋଇଛନ୍ତି ।

Share