Categories: ଜାତୀୟ

ଦେଶକୁ ମିଳିବ ୧୧ତମ ବନ୍ଦେ ଭାରତ ଏକ୍ସପ୍ରେସ: ଏହି ରାଜ୍ୟର ଦୁଇଟି ସହରକୁ ଯୋଡ଼ିବ ହାଇ ସ୍ପିଡ୍‌ ଟ୍ରେନ୍‌

ଭୋପାଳ,୨୮।୨: ଦେଶକୁ ଖୁବ୍‌ଶୀଘ୍ର ୧୧ତମ ବନ୍ଦେ ଭାରତ ଟ୍ରେନ୍‌ ମିଳିବାକୁ ଯାଉଛି। ଏଥିପାଇଁ ମଧ୍ୟପ୍ରଦେଶବାସୀଙ୍କ ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। କେବଳ ଟ୍ରେନ୍‌ ରେକରର ଅପେକ୍ଷା ଶେଷ ହେବା ପରେ ଏପ୍ରିଲରେ ମଧ୍ୟପ୍ରଦେଶରେ ପ୍ରଥମ ହାଇ ସ୍ପିଡ୍‌ ‘ବନ୍ଦେ ଭାରତ ଟ୍ରେନ’ ଚାଲିବ। ବର୍ତ୍ତମାନ ଏହା ନୂଆ ଆର୍ଥିକ ବର୍ଷରେ ଅର୍ଥାତ୍‌ ଏପ୍ରିଲରୁ ଚାଲିବା ନେଇ ଆଶା କରାଯାଉଛି। ଏହାପୂର୍ବରୁ ମାର୍ଚ୍ଚର ଶେଷ ସପ୍ତାହରେ ଜବଲପୁର-ଇନ୍ଦୋର ମଧ୍ୟରେ ବନ୍ଦେ ଭାରତ ଟ୍ରେନ ଚଳାଇବାକୁ ଯୋଜନା ହୋଇଥିଲା। କିନ୍ତୁ ରେକ ଉପଲବ୍ଧ ନ ଥିବାରୁ ଏହାକୁ ଏକ ମାସ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ଅନ୍ୟପଟେ
ଜବଲପୁର-ଇନ୍ଦୋର ମାର୍ଗରେ ‘ବନ୍ଦେ ଭରତ ଟ୍ରେନ୍‌’ ଚାଲିବା ସହିତ ମଧ୍ୟପ୍ରଦେଶର ଇନ୍ଦୋର, ଭୋପାଳ ଏବଂ ଜବଲପୁରର ୩ଟି ପ୍ରମୁଖ ସହରରେ ମଧ୍ୟରେ ହାଇ ସ୍ପିଡ୍‌ ରେଳ ସୁବିଧା ପରସ୍ପର ସହ ସଂଯୁକ୍ତ ହେବ।

Share