୧୨ ଅଭିନେତ୍ରୀଙ୍କ ଉପରେ ଫିଲ୍ମ କରିବା ନେଇ ଲାଗିଲା ବ୍ୟାନ୍‌

ତେହେରାନ,୨୫।୧୦: ଇରାନ ବୁଧବାର ୧୨ ଜଣ ଅଭିନେତ୍ରୀଙ୍କୁ ଫିଲ୍ମ ଏବଂ ଟିଭି ସିରିଏଲରେ କାମ କରିବା ଉପରେ ବ୍ୟାନ୍‌ ଲଗାଇଛି। ମହିଳା କଳାକାର ଇସଲାମିକ ରିପବ୍ଲିକର କଡ଼ା ଡ୍ରେସ କୋଡ ପାଳନ କରିବାରେ ବିଫଳ ହୋଇଥିଲେ। ଇସଲାମିକ ରିପବ୍ଲିକ ଡ୍ରେସ କୋଡରେ ହେଡ ସ୍କାର୍ଫ ବାଧ୍ୟତାମୂଳକ, କିନ୍ତୁ ଏହା ମଧ୍ୟ ପାଳନ କରାଯାଇ ନ ଥିଲା। ସେଥିପାଇଁ ତାଙ୍କ ଉପରେ ବ୍ୟାନ୍‌ ଲାଗିଛି।
କ୍ୟାବିନେଟ ବୈଠକ ପରେ ଇରାନର ସଂସ୍କୃତି ଓ ଇସଲାମିକ ମାର୍ଗଦର୍ଶନ ମନ୍ତ୍ରୀ ମହମ୍ମଦ ମେହେଦି ଇସମାଇଲି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ କହିଛନ୍ତି, ଏହି ସମୟରେ ମନ୍ତ୍ରୀ କହିଛନ୍ତି, ଯେଉଁମାନେ ଆଇନ ପାଳନ କରୁନାହାଁନ୍ତି ସେମାନଙ୍କୁ କାମ କରିବାକୁ ଦିଆଯିବ ନାହିଁ।
ଇରାନର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ତାରାନେ ଆଲିଡୋଷ୍ଟି, କାଟାୟୁନ ରିୟାହି ଏବଂ ଫତେମେହ ମୋଟାମେଦ ଆରିଆଙ୍କ ସମେତ ୧୨ଜଣ କଳାକାର ଡ୍ରେସ କୋଡ ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ଚଳଚ୍ଚିତ୍ରରେ କାମ କରିବାକୁ ଦିଆଯିବ ନାହିଁ। ଇରାନ ଅଭିନେତାମାନଙ୍କ ମଧ୍ୟରେ ଆଲିଡୋଷ୍ଟି ଏବଂ ରିୟାହି ବଡ଼ ନାମ। ଏହି ଉଭୟ କଳାକାର ଦୀର୍ଘ ସମୟ ଧରି ହିଜାବକୁ ବିରୋଧ କରୁଥିବା ଜଣାପଡିଛି।

Share