ଗଞ୍ଜାମ,୧୪ା୭(ଡି.ଏନ୍.ଏ.): ବିଭିନ୍ନ ଓ୍ବାର୍ଡରେ ଅଙ୍ଗନଓ୍ବାଡି କେନ୍ଦ୍ର ନ ଥିବାରୁ ଉକ୍ତ ସାହି ବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ l ଏନେଇ ବିଭିନ୍ନ ସମୟରେ ଅଭିଯୋଗ ମଧ୍ୟ ହୋଇଛି l ରମ୍ଭା ସହରର ବିଭିନ୍ନ ଓ୍ବାର୍ଡରେ ୭ଟି ଏବଂ ଗଞ୍ଜାମ ସହର ୫ଟି ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ହେବ ବୋଲି ଗଞ୍ଜାମ ରାଜସ୍ବ ନିରୀକ୍ଷକ ରବୀନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି l ଗଞ୍ଜାମ ସହରର ମଧ୍ୟଖଣ୍ଡ ସାହି, ଗୌଡ଼ ସାହି, ପଣ୍ଡାସାହି, ଦାମୋଦରପୁର ଓ କର୍ମଚାରୀ କଲୋନୀ ଆଦି ସ୍ଥାନରେ ଜାଗା ଚି଼ହ୍ନଟ ହୋଇ ନିର୍ମାଣ କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବ l