
ବାଲେଶ୍ୱର,୨ା୪ (ବାଞ୍ଛାନିଧି ଦେ): ବକେୟା ଅର୍ଥକୁ ନେଇ ବାଲେଶ୍ୱର ଜିଲା ବସ୍ତା ଥାନା ବାହାର୍ଦ୍ଦା ବସ୍ତିରେ ୨ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଛି। ୪ମହିଳାଙ୍କ ସମେତ ୧୨ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ପ୍ରଥମେ ବସ୍ତା ପରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବାହାର୍ବ୍ଦା ବସ୍ତିର ସେକ ରମଜାନ ଓ ସେକ ସୁରାଜଙ୍କ ମଧ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ଗାନ୍ଧିଛକଠାରେ ବକେୟା ୮ ହଜାର ଟଙ୍କାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପୋଲିସ ସମାଧାନ କରି ସମସ୍ତଙ୍କୁ ଘରକୁ ପଠାଇଥିଲା। ମାତ୍ର ଏହି ଘଟଣାକୁ କେନ୍ଦ୍ରକରି ମାରପିଟ ଓ ହଣାକଟା ହୋଇଥିଲା। ଗୁରୁତରଙ୍କ ମଧ୍ୟରୁ ୯ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।