Categories: ଜାତୀୟ

୧୨ ବୈଜ୍ଞାନିକଙ୍କୁ ଶାନ୍ତି ସ୍ବରୂପ ଭଟ୍ଟନାଗର ସମ୍ମାନ

ନୂଆଦିଲ୍ଲୀ,୧୨।୯: ଆଗକୁ କାଉନସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ(ସିଏସ୍‌ଆଇଆର୍‌)ର ପ୍ରତିଷ୍ଠା ଦିବସ ରହିଛି। ଏହି ଅବସରରେ ଦେଶର ୧୨ଜଣ ଯୁବ ବୈଜ୍ଞାନିକ ମାନଙ୍କୁ ଶାନ୍ତି ସ୍ବରୂପ ଭଟ୍ଟନାଗର ସମ୍ମାନ-୨୦୨୨ ପ୍ରଦାନ ଲାଗି ସୋମବାର ସିଏସ୍‌ଆଇଆର୍‌ ପକ୍ଷରୁ ଘୋଷଣା କରାଯାଇଛି। ୪୫ବର୍ଷରୁ କମ୍‌ ବୟର ବୈଜ୍ଞାନିକମାନଙ୍କୁ ପ୍ରତିବର୍ଷ ଏଭଳି ସମ୍ମାନ ପ୍ରଦାନ କରାଯାଉଛି। ଏଥିରେ ପୁରସ୍କାର ରାଶି ସ୍ବରୂପ ୫ଲକ୍ଷ ଟଙ୍କା ଦିଆଯାଉଛି।

Share