Categories: ଜାତୀୟ

ଆଜି ପହଞ୍ଚିବେ ୧୨ ଚିତା

ନୂଆଦିଲ୍ଲୀ, ୧୮ା୨: ଦକ୍ଷିଣ ଆଫ୍ରିକାରୁ ଆସୁଥିବା ୧୨ ଚିତାବାଘ ଶନିବାର ଭାରତରେ ପହଞ୍ଚତ୍ବେ। ସେଥିରେ ୭ ପୁରୁଷ ଓ ୫ ମାଈ ଚିତା ଅଛନ୍ତି। ଭାରତୀୟ ବାୟୁସେନାର ସି-୧୭ ଗ୍ଲୋବ୍‌ମାଷ୍ଟର ବିମାନ ସେମାନଙ୍କୁ ଧରି ଭାରତ ଫେରୁଛି। ଶନିବାର ସକାଳ ୧୦ଟାରେ ଉକ୍ତ ବିମାନ ଗ୍ବାଲିଅରରେ ପହଞ୍ଚିବ ବୋଲି ‘ଚିତା’ ପ୍ରେଜେକ୍ଟର ମୁଖ୍ୟ ଏସ୍‌.ପି. ଯାଦବ କହିଛନ୍ତି। ଅନ୍ୟପକ୍ଷେ ଶନିବାର ଦିନ ଆଇଏଏଫ୍‌ ବିମାନରେ ଅଣାଯିବାକୁ ଥିବା ଚିତାଙ୍କୁ ସେହି ଦିନ ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ଛଡ଼ାଯିବ ବୋଲି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ଶନିବାର କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଉପସ୍ଥିତିରେ ଚିତାଙ୍କୁ କୁନୋ ନ୍ୟାଶନାଲ ପାର୍କରେ ଛଡ଼ାଯିବାର କାର୍ଯ୍ୟକ୍ରମ ରହିଛି। ଗତବର୍ଷ ସେପ୍ଟେମ୍ବର ୧୭ରେ ନାମ୍ବିଆରୁ ୮ ଚିତା ଅଣାଯାଇଥିଲା।

Share