ଜଙ୍ଗଲୀ ଫଳ ଖାଇ ୧୨ ଶିଶୁ ଗୁରୁତର

ମାଲକାନଗିର,୩୦।୧୧: (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦର ବ୍ଲକ ଝରାପାଲ୍ଲୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେଲିମେଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗାଁର ୧୨ଜଣ ଶିଶୁ ଜଙ୍ଗଲୀ ଜଡା ଫଳ ଖାଇ ଗୁରୁତର ହୋଇଯାଇଛନ୍ତି ା ଗୁରୁତର ଶିଶୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାିଯାଇ ଚିକିତ୍ସା ଜାରି ରହିଛି।
ସୂଚନାଯୋଗ୍ୟ, ବୁଧବାର ସା ସମୟରେ ତେଲିମେଟା ଗ୍ରାମର କିଛି ଶିଶୁ ନିକଟ
ଜଙ୍ଗଲରେ ଖେଳୁଥିବା ସମୟରେ ଜଡା ଫଳ ଖାଇଥିଲେ। କିଛି ସମୟ ପରେ ହଠାତ୍‌ ଗୋଟିଏ ପରେ ଗୋଟିଏ ଶିଶୁ ଝାଡାବାନ୍ତି କରିବାରେ ଲାଗିଥିଲୋ ପରବର୍ତ୍ତୀ ସମୟରେ ପରିବାର ଲୋକେ ପଚରାଉଚୁରା କରିବାପରେ ଜଡା ଫଳ ଖାଇଥିବା ଜାଣିବାକୁ ପାଇଥିଲୋ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସକୁ ଡକାଇ ପ୍ରଥମେ ପଦ୍ମଗିରି ଚିକିତ୍ସା କେନ୍ଦ୍ର ପରେ ଜିଲା ମଖ୍ୟ ଚିକିତ୍ସାଳୟରେ ଶିଶୁମାନଙ୍କୁ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଡାକ୍ତରମାନେ ଶିଶୁ ମାନଙ୍କ ଚିକିତ୍ସା ଜାରି ରଖିଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି।

Share