୧୭ ଚୁଲିରେ ୧୨ ରାନ୍ଧୁଣିଆ ପ୍ରସ୍ତୁତ କରିବେ ୧୫୧ କିଲୋଗ୍ରାମର ବିଶାଳକାୟ ରୁଟି, ଅକ୍ଟୋବର ୮କୁ ଅପେକ୍ଷା…

ଭିଲଓ୍ବାରା,୨୫।୯ : ମେୱାରର ଗେଟୱେ ଭାବରେ ଜଣାଶୁଣା ଭିଲୱାରା ବର୍ତ୍ତମାନ ପର୍ଯ୍ୟନ୍ତ ଟେକ୍ସଟାଇଲ ସିଟି ଏବଂ ଇଣ୍ଡଷ୍ଟ୍ରିଆଲ ସିଟି ଭାବରେ ଜଣାଶୁଣା ଥିଲା। କିନ୍ତୁ ଆଗାମୀ ଦିନରେ ଭିଲୱାରା ଏକ ନୂତନ ରେକର୍ଡ ସୃଷ୍ଟି କରିବାକୁ ଯାଉଛି। ଆସନ୍ତା ମାସର ପ୍ରଥମ ସପ୍ତାହରେ ଭିଲୱାରାରେ ବିଶ୍ୱର ସର୍ବବୃହତ ରୁଟି ତିଆରି ହେବାକୁ ଯାଉଛି। ଭିଲୱାରାରେ ବିଶ୍ୱର ସର୍ବବୃହତ ରୁଟି ତିଆରି ପାଇଁ ପ୍ରସ୍ତୁତି ଚାଲିଛି ।

ଅକ୍ଟୋବର ୮ ରେ ଭିଲୱାରା ସହରର ହରିସେବା ଧାମରେ ମହାମଣ୍ଡଳେଶ୍ୱର ହଂସା ରାମ ମହାରାଜଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ବିଶାଳ ରୁଟିର ଓଜନ ପ୍ରାୟ ୧୫୧ କିଲୋଗ୍ରାମ ହେବ। ଏହି ସ୍ବତନ୍ତ୍ର ରୁଟି ପାଇଁ ୧୬ ବାଇ ୧୬ ଫୁଟ ମାପ ବିଶିଷ୍ଟ ଏକ ସ୍ବତନ୍ତ୍ର ପ୍ୟାନ ପ୍ରସ୍ତୁତ କରାଯାଇଛି।

ଏ ସମ୍ପର୍କରେ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି କୈଳାସ ସୋନି କହିଛନ୍ତି। ୧୬ ଚୁଲିରେ ୧୨ ଜଣ ରାନ୍ଧୁଣିଆ ଏହି କାମ କରିବେ। ରୁଟି କମ ଆଞ୍ଚରେ ପ୍ରସ୍ତୁତ ହେବ। ରୁଟି ତିଆରି କରିବା ପରେ ଏହାକୁ ମିଶ୍ରିତ ପନିପରିବା ତର୍କାରୀ ସହିତ ଲୋକଙ୍କୁ ପ୍ରସାଦ ଭାବରେ ବଣ୍ଟନ କରାଯିବ ।

ରୁଟିର ଆକାର ୧୧ ବାଇ ୧୧ ଫୁଟ ଏବଂ ମୋଟା ୭୫ ମିଲିମିଟର ହେବ। ଏହାକୁ ତିଆରି କରିବାକୁ ୧୫୫ କିଲୋଗ୍ରାମ ଅଟା ଲାଗିବ।

 

Share