ଭୁବନେଶ୍ୱର,୯ା୧(ବ୍ୟୁରୋ): ରାଜଧାନୀରୁ ଶନିବାର ୧୨ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍ସି ଟୁଇଟ୍ କରି ସୂଚନା ଦେଇଛି। କ୍ୱାରାଣ୍ଟାଇନରୁ ୪ ଜଣ ଚିହ୍ନଟ ହୋଇଥିବା ବେଳେ ୮ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧,୭୩୨ରେ ପହଞ୍ଚିଥିବା ବେଳେ ୩୧,୨୬୭ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୨୦୧ ଜଣ ଚିକିତ୍ସିତ ହେଉଛନ୍ତି। ତେବେ ରାଜଧାନୀରୁ କରୋନାରେ ୨୪୩ ଜଣଙ୍କ ମୃତ୍ୟୁ ହୋଇଛି।