୯ ଜିଲାରୁ ୧୨ ମୁଣ୍ଡ ନେଲା କରୋନା: ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ରାଜ୍ୟରେ ଆଉ ୧୨ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରେ ଭୁବନେଶ୍ୱରର ୫୩ ବର୍ଷୀୟ ବ୍ୟକ୍ତି, କଟକର ୬୩ ବର୍ଷୀୟ ବୃଦ୍ଧ, ଗଞ୍ଜାମର(୩୫ ବର୍ଷୀୟ ବ୍ୟକ୍ତି, ୩୦ ବର୍ଷୀୟ ବ୍ୟକ୍ତି, ୬୫ ବର୍ଷୀୟ ବୃଦ୍ଧ, ୫୦ ବର୍ଷୀୟ ବ୍ୟକ୍ତି), ଯାଜପୁରର ୬୨ ବର୍ଷୀୟ ବୃଦ୍ଧ, ମାଲକାନଗିରିର ୫୯ ବର୍ଷୀୟ ବ୍ୟକ୍ତି, ନବରଙ୍ଗପୁରର ୬୨ ବର୍ଷୀୟ ବୃଦ୍ଧ, ପୁରୀର ୪୮ ବର୍ଷୀୟ ବ୍ୟକ୍ତି, ରାୟଗଡ଼ାର ୭୦ ବର୍ଷୀୟ ବୃଦ୍ଧ, ସୁନ୍ଦରଗଡ଼ର ୫୯ ବର୍ଷୀୟ ମହିଳା ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪୮୨କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରବିବାର ପୂର୍ବାହ୍ନରେ ଟୁଇଟ୍‌ କରି ସୂଚନା ଦିଆଯାଇଛି।

Share