Categories: ଜାତୀୟ

୧୨ ଦିନ ପରେ ଅପହୃତ ଶ୍ରମିକଙ୍କୁ ଛାଡ଼ିଲେ

ଗୁଆହାଟି,୧୩।୨: ଅରୁଣାଚଳପ୍ରଦେଶର ଲୋଙ୍ଗଡିଙ୍ଗ୍‌ ଜିଲାରୁ ଅପହରଣ କରାଯାଇଥିବା ୨ଜର ଶ୍ରମିକଙ୍କୁ ୧୨ ଦିନ ପରେ ଉଗ୍ରପନ୍ଥୀମାନେ ମୁକ୍ତ କରିଦେଇଛନ୍ତି। ମ୍ୟାନ୍‌ମାରରେ ସକ୍ରିୟ ଥିବା ଏନ୍‌ଏସ୍‌ସିଏନ୍‌(କେ) ସଙ୍ଗଠନର ୟୁଙ୍ଗ୍‌ ଅଙ୍ଗ୍‌ ଗୋଷ୍ଠୀର ଉଗ୍ରପନ୍ଥୀମାନେ ଆସାମ ଓ ବିହାରର ଦୁଇ ଶ୍ରମିକଙ୍କୁ ଅପହରଣ କରିନେଇଥିଲେ।

ଅପହୃତ ହିରେନ କୋଞ୍ଚ ଏବଂ ରାମାଶିଷ ମାହାତୋଙ୍କୁ ସେମାନେ ଶନିବାର ରାତିରେ ଭାରତ-ମ୍ୟାନ୍‌ମାର ସୀମାରେ ଛାଡ଼ିଦେଇଛନ୍ତି। ପୋଲିସ ସେମାନଙ୍କୁ ଉଦ୍ଧାର କରିଥିବା ଲୋଙ୍ଗଡିଙ୍ଗ୍‌ ଏସ୍‌ପି ସୂଚନା ଦେଇଛନ୍ତି। ଏସ୍‌ପିଙ୍କ ସୂଚନା ମୁତାବକ, ଲୋଙ୍ଗଡିଙ୍ଗ୍‌ ଜିଲାର ପୁମାଓ-ଲାଙ୍ଗଖୋ ରାସ୍ତା ନିର୍ମାଣରେ ଏହି ଶ୍ରମିକମାନେ ନିୟୋଜିତ ଥିଲେ। ସେମାନେ ନିର୍ମାଣସ୍ଥଳ ନିକଟସ୍ଥ ଏକ କ୍ୟାମ୍ପ୍‌ରେ ରହୁଥିଲେ। ଜାନୁୟାରୀ ୩୧ରେ ଉଗ୍ରପନ୍ଥୀମାନେ ୨ ଶ୍ରମିକଙ୍କୁ ଅପହରଣ କରିନେଇଥିଲେ।

Share