କୋଠାରେ ଲାଗିଲା ନିଆଁ: ଚାଲିଗଲା ୧୨ ଜୀବନ

ମସ୍କୋ,୧୦।୨: ଦକ୍ଷିଣ-ମଧ୍ୟ ରୁଷିଆର ନୋଭୋସିବିରସ୍କ ସହରର ଏକ ଆବାସିକ କୋଠା ଉପରେ ଏକ ଗ୍ୟାସ ବିସ୍ଫୋରଣ ଘଟିଛି। ଏଥିରେ ଦୁଇ ବର୍ଷର ଶିଶୁ ସମେତ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାଦେଶିକ ଗୃହ ବିଭାଗ ଏହି ସୂଚନା ଦେଇଛି। ରାଜ୍ୟପାଳ ଆଣ୍ଡ୍ରେ ଟ୍ରାଭନିକୋଭ କହିଛନ୍ତି, ଏହି ଘଟଣାରେ ୯ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି।

Share