Categories: ଜାତୀୟ

ବନ୍ୟା ଯୋଗୁ ଚାଷ ଜମିରେ ଫସି ରହିଥିବା ୧୨ କୃଷକଙ୍କୁ ଉଦ୍ଧାର କଲା ସେନା ହେଲିକପ୍ଟର

ହାଇଦ୍ରାବାଦ,୧୬।୮: ତେଲେଙ୍ଗାନାରେ କିଛିଦିନ ହେବ ଲଗାତାର ଭାବେ ବର୍ଷା ହୋଇ ଚାଲିଛି। ଫଳରେ ଏଠାକାର ଅଧିକାଂଶ ଅଞ୍ଚଳରେ ବନ୍ୟା ଦେଖାଦେଇଛି। ବନ୍ୟାଯୋଗୁ ନିକଟରେ ୧୨ ଜଣ କୃଷକ ନିଜ ଚାଷ ଜମିରେ ଫସି ଯାଇଥିଲେ। ଏହି ଖବର ଜାଣିବା ପରେ ସେନା ହେଲିକପ୍ଟରର ସହାୟତା ଲୋଡା ଯାଇଥିଲା। ଫଳରେ ବନ୍ୟା ଘେରରେ ଫସି ରହିଥିବା କୃଷକମାନଙ୍କୁ ହେଲିକପ୍ଟର ସୁରକ୍ଷିତ ଭାବେ ଉଦ୍ଧାର କରିଛି। ସୂଚନାଯୋଗ୍ୟ, ଭୁବାଳପଲ୍ଲି ଜିଲା କଦନାପଲ୍ଲିରେ ଶନିବାର ୧୨ ଜଣ କୃଷକ ନିଜ ଚାଷ ଜମିକୁ ଯାଇଥିବା ବେଳେ ପ୍ରବଳ ବର୍ଷା ହେବାରୁ ବନ୍ୟା ପରିସ୍ଥିତି ଉପୁଜିଥିଲା ଓ ସେମାନେ ପାଣି ଘେର ମଧ୍ୟରେ ରହିଯାଇଥିଲେ। ପରେ ସେମାନଙ୍କୁ ସେନା ହେଲିକପ୍ଟର ସହାୟତାରେ ଉଦ୍ଧାର କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ ୨ ଦିନ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଲୋକମାନଙ୍କୁ ତଳିଆ ଅଞ୍ଚଳରୁ ପ୍ରଶାସନ ଦ୍ୱାରା ଉଦ୍ଧାର କରାଯିବା ସହ ସତର୍କ ରହିବାକୁ ସୂଚନା ଦିଆଯାଇଛି।

Share