ସମୁଦ୍ରରେ ଫସିଛନ୍ତି ୧୨ ମତ୍ସ୍ୟଜୀବୀ

ଅସ୍ତରଙ୍ଗ,୨୭।୮(ପ୍ରଦୀପ୍ତ କୁମାର ଦୀକ୍ଷିତ): ପୁରୀ ଜିଲା ଅସ୍ତରଙ୍ଗର ନୂଆଗଡ଼ ଜେଟି ନିକଟରୁ ଚାରିଦିନ ତଳେ ମା’ କାଳୀ ଏବଂ ମା’ ପାର୍ବତୀ ନାମକ ଦୁଇଟି ବୋଟ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲା। ଶନିବାର ସକାଳେ ମା’ କାଳୀ ବୋଟ୍‌ ଦେବୀନଦୀ ମୁହାଣ ଠାରୁ ୩ କିମି ଏବଂ ମା’ ପାର୍ବତୀ ବୋଟ ୨କିମି ଦୂରରେ ଥିବାବେଳେ ହଠାତ ବୋଟ୍‌ଦ୍ୱୟର ଇଞ୍ଜିନ (ଗିଅର ବକ୍ସ) ଭାଙ୍ଗିଯାଇଥିଲା। ଫଳରେ ଉଭୟ ବୋଟ୍‌ ସମୁଦ୍ରରେ ଫସିରହିଛି। ୪୮ ଘଣ୍ଟା ପରେ ବି ବୋଟ୍‌ ଦୁଇଟିରେ ଥିବା ମୋଟ ୧୨ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇପାରିନାହିଁ। ସେମାନଙ୍କୁ ଉଦ୍ଧାର କରିବାକୁ ଏକ ଟ୍ରଲର ଯାଇଥିଲେ ମଧ୍ୟ ସମୁଦ୍ର ଅଶାନ୍ତ ଥିବାରୁ ନିରାଶରେ ଫେରିଆସିଛି। ଏହି ଘଟଣା ସମ୍ପୃକ୍ତ ମତ୍ସ୍ୟଜୀବୀଙ୍କ ପରିବାରର ଚିନ୍ତା ବଢାଇଥିବାବେଳେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା ରହିଛି।
ମା’ ପାର୍ବତୀ ବୋଟରେ ବସନ୍ତ ନାୟକ, ଅଜୟ ମହାନ୍ତି, ରମେଶ ମହାନ୍ତି, ବୁଦ୍ଧେଶ୍ୱର ଦଳାଇ, ପ୍ରଭାସ ଚନ୍ଦ୍ର ସିଲ୍‌, ଶିବ ପରିଡା ରହିଥିବାବେଳେ ମା’ କାଳୀ ବୋଟରେ ଥିବା ୬କର୍ମଚାରୀଙ୍କ ନାମ ମିଳିପାରିନାହିଁ। ଦେବୀ ମୁହାଣଠାରୁ ୨ରୁ ୩ କିଲୋମିଟର ଦୂରରେ ଦୁଇଟି ବୋଟ ଥିବାବେଳେ ସେମାନେ ଆବଶ୍ୟକ ମୁତାବକ ନେଇଥିବା ଖାଦ୍ୟ ସାମଗ୍ରୀ ଖାଉଛନ୍ତି ବୋଲି ମା’ ପାର୍ବତୀ ବୋଟ୍‌ର ଡ୍ରାଇଭର ବସନ୍ତ ନାୟକ କହିଛନ୍ତି। ମତ୍ସ୍ୟଜୀବୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦୧୪ ମସିହାରେ ସରକାରଙ୍କ ଦ୍ୱାରା ନୂଆଗଡ଼ ସାମୁଦ୍ରିକ ଥାନା ସ୍ଥାପିତ ହୋଇଥିଲା। ତେବେ ଦେବୀ ମୁହାଣ ମଧ୍ୟରେ ଫସିରହିଥିବା ଦୁଇଟି ବୋଟ ସମେତ ୧୨ଜଣ କର୍ମଚାରୀଙ୍କୁ ନୂଆଗଡ଼ ସାମୁଦ୍ରିକ ଥାନା ପୋଲିସ ଉଦ୍ଧାର କରିପାରିନାହିଁ। ନୂଆଗଡ଼ ସାମୁଦ୍ରିକ ଥାନାର ମୁଖ୍ୟ ସମସ୍ୟା ହେଉଛି, ୨୦୦୮ ମସିହାର ସ୍ପିଡ୍‌ ବୋଟ ଯାହାର କ୍ଷମତା ୧୨ଟନ ବିଶିଷ୍ଟ, ତାହା କାମରେ ଲାଗୁନାହିଁ। ଦେବୀ ନଦୀ ମୁହାଣର ଅଶାନ୍ତ ସମୁଦ୍ରକୁ ଯାଇ ଉଦ୍ଧାର କରିପାରି ନାହିଁ। ଜୀବନ ସହ ସଂଗ୍ରାମ କରି ଦୀର୍ଘ ୪୮ଘଣ୍ଟାରୁ ଊର୍ଦ୍ଧ୍ୱ ହେଲା। ଦେବୀ ମୁହାଣ ମଧ୍ୟରେ ୨ଟି ବୋଟ ରହିଛି। ଏଥିସହ ସମୁଦ୍ରରେ ଫସିଥିବା ମା’ ପାର୍ବତୀ ବୋଟ୍‌ର ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀଙ୍କ ସହିତ ସୁବିଧା ଅସୁବିଧା ସମ୍ପର୍କରେ ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି କଥା ହୋଇଛନ୍ତି। ସୋମବାର ସକାଳୁ ଅସ୍ତରଙ୍ଗ ସହମତ୍ସ୍ୟ ଅଧିକାରୀ ସତ୍ୟବ୍ରତ ଦାଶ ସମ୍ପୃକ୍ତ ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରିବା ପାଇଁ ନୂଆଗଡ଼ ଜେଟିଠାରୁ ମା’ ମଙ୍ଗଳା ଏବଂ ମା’ ଜାଡୁଆଣୀ ନାମକ ଅନ୍ୟ ଦୁଇଟି ବୋଟ୍‌ ସହ ୨୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀଙ୍କୁ ନେଇ ଦେବୀ ନଦୀ ମୁହାଣକୁ ଯାଇଥିଲେ। କିନ୍ତୁ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ଥିବାରୁ ସେହି ବୋଟ ଦୁଇଟି ପାଖକୁ ଯାଇପାରିଲେ ନାହିଁ ବୋଲି ସହମତ୍ସ୍ୟ ଅଧିକାରୀ ଦାଶ କହିଛନ୍ତି। ଅପରାହ୍ନରେ ଅସ୍ତରଙ୍ଗ ମତ୍ସ୍ୟବିଭାଗ ପକ୍ଷରୁ ଲାଇଫ ଜ୍ୟାକେଟ ସହ ଏକ ଟ୍ରଲର ବୋଟ୍‌ ପଠାଯାଇଛି। ଅନ୍ୟପଟେ ଉକ୍ତ ବୋଟ୍‌ ଦ୍ୱୟକୁ ଉଦ୍ଧାର କରିବା ପାଇଁ ନୂଆଗଡ଼ ସାମୁଦ୍ରିକ ଥାନା ପକ୍ଷରୁ ପାରାଦୀପ କୋଷ୍ଟଗାର୍ଡଙ୍କ ସହାୟତା ଲୋଡ଼ାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାହାଡ଼ରେ ମରି ପଡ଼ିଛନ୍ତି ୫ ଠେକୁଆ

ରାୟଗଡ଼ା,୨୩ା୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସଦରମହକୁମାସ୍ଥିତ ପ୍ରେମ ପାହାଡ଼ରେ ବୁଧବାର ସମୟରେ ୫ଟି ଠେକୁଆ ମରିପଡ଼ିଥିବା ଦେଖିବାକୁ ମଳିଥିଲା। ତେବେ ପ୍ରେମ ପାହାଡ଼ରେ କେବେ ଠେକୁଆଙ୍କୁ...

ପୋଖରୀରେ ବୁଡ଼ିଗଲେ ୨ ଦିବ୍ୟାଙ୍ଗ ଯୁବତୀ

ଶେରଗଡ଼/ହିଞ୍ଜିଳିକାଟୁ,୨୩।୪(ସୂର୍ଯ୍ୟନାରାୟଣ ଦାଶ/ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ ପୋଖରୀରେ ବୁଡ଼ି ବୁଧବାର ୨ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି।...

ଖେମୁଣ୍ଡି କଲେଜ ଛାତ୍ରୀଛାତ୍ରଙ୍କ ସଫଳତା, ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ଶୀତଲ-ପୁଷ୍ପାଞ୍ଜଳି

ଦିଗପହଣ୍ଡି,୨୩ା୪(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବିଭିନ୍ନ ବିଭାଗରେ ଖେମୁଣ୍ଡି କଲେଜର ୧୨ ଜଣ ଛାତ୍ରୀଛାତ୍ର ବିଶବିଦ୍ୟାଳୟର...

ରାଜ୍ୟ ସରକାରଙ୍କୁ ଲାଭାଂଶ ବାବଦରେ ୪ ନିଗମ ଦେଲେ ୨୦୬ କୋଟି ଟଙ୍କା

ଭୁବନେଶ୍ୱର,୨୩ା୪(ସୁନିତ୍‌ ମିଶ୍ର): ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଧୀନ ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଏବଂ...

ଗଞ୍ଜେଇ ଗାଡ଼ି ଛାଡ଼ି ଚାଳକ ଚମ୍ପଟ

ଦାରିଙ୍ଗବାଡ଼ି,୨୩ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା, ଗଞ୍ଜେଇ ଭର୍ତ୍ତି ମିନିଟ୍ରକକୁ ପୋଲିସ ଜବତ କରିଛି। ୨୭୦ କେଜି ଗଞ୍ଜେଇ ଜବତ...

ପହଲଗାମ୍‌ ଶହୀଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଭଞ୍ଜନଗର,୨୩ା୪(ବାବୁଲା ପ୍ରଧାନ): ଜମ୍ମୁ-କଶ୍ମୀରର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ଶହୀଦ ହୋଇଛନ୍ତି। ଏଥିସହ ଅନେକ ଆହତ ହୋଇ ଏବେ ବି ମେଡିକାଲ ରେ ଚିକିତ୍ସିତ...

BCCIର ବଡ଼ ନିଷ୍ପତ୍ତି: ଚିୟର ଗର୍ଲ, ଆତସବାଜୀ ବିନା ହେବ ଆଜିର IPL ମ୍ୟାଚ

ନୂଆଦିଲ୍ଲୀ,୨୩।୪: SRH Vs MI ଖେଳାଳିଙ୍କ ହାତରେ କଳା ପଟି। IPL ୨୦୨୫ର ୪୧ତମ ମ୍ୟାଚ ଆଜି ଅର୍ଥାତ୍‌ ୨୩ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ...

ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ପାଗଳ ମାଙ୍କଡ଼, ଧରିବା ପାଇଁ ନାମେଦମ୍‌ ହେଲାଣି ବନ ବିଭାଗ

ଗଞ୍ଜାମ,୨୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି । ଗତକାଲି ଏକ ପାତି ମାଙ୍କଡ଼ କାମୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image