ପରଜଙ୍ଗ,୩।୧୦(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରୁ ଏକ ୧୨ ଫୁଟ ଲମ୍ବର ଅଜଗର ସାପ ଉଧାର ହୋଇଛି। ତେବେ ସାପଟିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଶନିବାର ରାତିରେ ସାପଟି ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ପାର ହେଉଥିବା ସମୟରେ ଜଣେ ବାଇକ୍ ଚାଳକ ସାପଟିକୁ ଦେଖିଥିଲେ। ଖବର ପାଇ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରି ବନ ବିଭାଗକୁ ଦେଇଥିଲେ। ସାପଟିକୁ ବାରବାଙ୍କ ସାଉଥ ରିଜର୍ଭ ଜଙ୍ଗଲରେ ଛଡ଼ାଯାଇଥିବା ଜଣାପଡିଛି।