ଭୁବନେଶ୍ୱର,୧୩।୪: ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମାର୍ଚ୍ଚରେ ଗାଡ଼ି ବିକ୍ରି ଓଡ଼ିଶା ବଜାରରେ ବୃଦ୍ଧି ଘଟିଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ମାର୍ଚ୍ଚ ମାସରେ ମୋଟ ୬୫,୨୪୫୫ ୟୁନିଟ୍ ଗାଡ଼ି ରାଜ୍ୟରେ ବିକ୍ରି ହୋଇଥିବା ଫେଡେରେଶନ ଅଫ୍ ଅଟୋମୋବାଇଲ ଡିଲର ଆସୋସିଏଶନ(ଫାଡା)ର ଓଡ଼ିଶା ଶାଖା ପକ୍ଷରୁ କୁହାଯାଇଛି। ଏପରିକି ୨୦୨୧-୨୨ ଆର୍ଥିକ ବର୍ଷର ମାର୍ଚ୍ଚ ମାସର ବିକ୍ରି ତୁଳନାରେ ୨୦୨୨-୨୩ ଆର୍ଥିକ ବର୍ଷର ମାର୍ଚ୍ଚ ମାସରେ ୧୨.୧୩% ଅଭିବୃଦ୍ଧି ଘଟିଛି। ଅପରପକ୍ଷରେ ୨୦୨୧-୨୨ ଆର୍ଥିକ ବର୍ଷର ମାର୍ଚ୍ଚ ମାସରେ ମୋଟ ୫୮ , ୩୭୫ ୟୁନିଟ୍ ଗାଡ଼ି ବିକ୍ରି ହୋଇଥିଲା। ଏ ସମ୍ପର୍କରେ ଫାଡା ଓଡ଼ିଶା ଶାଖାର ଅଧ୍ୟକ୍ଷ ପ୍ରଦୀପ୍ତ ଅଗ୍ରଓ୍ବାଲ କହିଛନ୍ତି, ଧୀରେ ଧୀରେ ବଜାରରେ ସୁଧାର ଆସୁଛି। ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।