ସବ୍‌ଡିଭିଜନ ଦାବିରେ ୧୨ ଘଣ୍ଟା ବନ୍ଦ

ଲକ୍ଷ୍ମୀପୁର,୪ା୩(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକକୁ ସବ୍‌ଡିଭିଜନ ଦାବିରେ ଲକ୍ଷ୍ମୀପୁର ବିକାଶ ପରିଷଦ ପକ୍ଷରୁ ସୋମବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ଗାଡ଼ିମୋଟର ଚଳାଚଳ ଓ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ବିକାଶ ପରିଷଦ କର୍ମକର୍ତ୍ତାମାନେ ୩୨୬ ନମ୍ବର ଜାତୀୟ ରାଜପଥରେ ଟାୟାର ଜାଳି, ରାସ୍ତା ଅବରୋଧ କରି ବନ୍ଦ ପାଳନ କରିଥିଲେ। ଫଳରେ ଜାତୀୟ ରାପଥର ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଚଳାଚଳ କରି ନ ପାରି ଅଟକି ରହିଥିଲା।

ଦୀର୍ଘ ବର୍ଷ ହେଲା ନାରାୟଣପାଟଣା, ଦଶମନ୍ତପୁର, ବନ୍ଧୁଗାଁ ଓ ଲକ୍ଷ୍ମୀପୁର ୪ ବ୍ଲକକୁ ନେଇ ଲକ୍ଷ୍ମୀପୁରକୁ ସବ୍‌ଡିଭିଜନ ପାଇଁ ଦାବି ହୋଇଆସୁଛି। ୨୦୧୮ରେ କୈଳାସ ଚନ୍ଦ୍ର କୁଲେସିକା ବିଧାୟକ ଥିବାବେଳେ ମଧ୍ୟ ଲକ୍ଷ୍ମୀପୁରକୁ ସବ୍‌ଡିଭିଜନ ପାଇଁ ଦାବି କରିଥିଲେ। ସରକାର ଏହାକୁ ବିଚାରକୁ ନେଇ ଦାବିପୂରଣ ଦିଗରେ ପଦକ୍ଷେପ ନେବେ ବୋଲି ସେତେବେଳେ ପ୍ରତିଶ୍ରୁତି ଦେଇଥିଲେ।

୫ ବର୍ଷ ପରେ ମଧ୍ୟ ଏହି ଦାବି ପୂରଣ ହୋଇନାହିଁ। ବିକାଶ ପରିଷଦ କର୍ମକର୍ତ୍ତା ଏହି ଦାବିକୁ ଦୋହରାଇ ଲକ୍ଷ୍ମୀପୁର ବନ୍ଦ ସହ ଧାରଣା ଦେଇଥିଲେ। ଧାରଣା ସ୍ଥଳରେ ବିଡିଓ ଗୁରେଶ୍ୱର ଭୋଇ, ତହସିଲଦାର ନୈବେଦ୍ୟ ଭୋଇ, ଏସ୍‌ଡିପିଓ ବିରଞ୍ଚତ୍ ନାରାୟଣ ଜଗତ ଓ ଆଇଆଇସି ସୁଜ୍ଞାନୀ ସାହୁ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ଲୋକମାନେ ଜିଲା ପ୍ରଶାସନ ଘଟଣାସ୍ଥଳକୁ ଆସି ଆଲୋଚନା କରିବାକୁ ଦାବି କରିଥିଲେ।

ଆଲୋଚନାରୁ କିଛି ସୁଫଳ ନ ମିଳିବାରୁ ଶେଷରେ ବିକାଶ ପରିଷଦ ସଦସ୍ୟ ଅମରେଶ ଶତପଥୀ, ମନୋଜ ସାହୁ, ଉମାଶଙ୍କର କର୍କରା ଓ ପ୍ରଶାସନିକ ଅଧିକାରୀ ମିଳିତ ଭାବେ ଜିଲା ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଆଲୋଚନା ପାଇଁ କୋରାପୁଟ ଯାଇଥିଲେ। ସେଠାରେ ସେମାନେ ଜିଲାପାଳଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ବେଳେ ଲକ୍ଷ୍ମୀପୁର ସବ୍‌ଡିଭିଜନ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ସରକାରଙ୍କ ଦୃଷ୍ଟିକୁ ଅଣାଯିବ ବୋଲି ଜିଲାପାଳ ଭି.କୀର୍ତ୍ତିଭାସନ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ବନ୍ଦରେ ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପିଡ଼ିକା ଓ ଦଶମନ୍ତପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ରାଜେନ୍ଦ୍ର ହୁଇକା ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ କାରବାରରେ ୮ ଗିରଫ, ପରିବାର ଲୋକେ ୪ ଘଣ୍ଟା ରାସ୍ତାରୋକ ସହିତ ଥାନା ଘେରାଉ

ମୋହନା,୧୮।୩( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ହାଡୁ ପଦର ଗ୍ରାମର କିଛି ଘରେ ପୋଲିସ ଚଢାଉ କରି...

ପ୍ରେମିକାଙ୍କ ଘର ଆଗରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ପ୍ରେମିକ

ନୟାଗଡ଼,୧୮।୩(ଲୋକନାଥ ମିଶ୍ର): ପ୍ରେମରେ ହୋଇଥିଲେ ବିଫଳ। ପ୍ରେମିକାଙ୍କ ଦୁଇ ଭଉଣୀ ଗାଳି ଗୁଳଜ କରି ମରିଯିବାକୁ କହିବାରୁ ପ୍ରେମିକ ଜଣକ ଦେହରେ ପେଟ୍ରୋଲ ଢାଳି ନିଆଁ...

ଛାତ୍ରୀଙ୍କୁ ଅସଦାଚରଣ କରି ଫସିଲେ ଅର୍ଥନୀତି ବିଭାଗର ଅଧ୍ୟାପକ, ହେଲେ ଗିରଫ

ବରୀ,୧୮।୩(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ ଅଧିନସ୍ଥ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟର ଜୈନକା ଛାତ୍ରୀଙ୍କୁ ଅର୍ଥନୀତି ବିଭାଗର ଅଧ୍ୟାପକ ବିଦ୍ୟାଧର ଧଳ ଅସଦାଚରଣ କରିଥିବା ଅଭିଯୋଗ...

ଯୁବକଙ୍କୁ ଗୁଳିମାଡ କରି ଚମ୍ପଟ ମାରିଲେ ଦୁର୍ବୃତ୍ତ

ବାଲେଶ୍ୱର,୧୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଅନ୍ତର୍ଗତ ନିମା ଗ୍ରାମର ଯୁବକଙ୍କୁ ଗୁଳିମାଡ। ଗୁଳିମାଡ଼ରେ ଆହତ ଯୁବକଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ...

ଜିଲାପାଳଙ୍କ ଅଫିସ ଆଗରେ ଗର୍ଜିଲେ ଅଲ ଓଡ଼ିଶା ଅଙ୍ଗନଓ୍ବାଡି ଲେଡିସ ୱାର୍କର୍ସ ଆସୋସିଏଶନ

ଛତ୍ରପୁର,୧୮।୩(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଅଲ ଓଡ଼ିଶା ଅଙ୍ଗନଓ୍ବାଡି ଲେଡିସ ୱାର୍କର୍ସ ଆସୋସିଏଶନ ଗଞ୍ଜାମ ଜିଲା ପକ୍ଷରୁ ଛତ୍ରପୁରସ୍ଥିତ ଜ଼ିଲାପାଳଙ୍କ ଅଫିସ ସମ୍ମୁଖରେ ୧୦ ଦଫା...

ପରୀକ୍ଷା ଦେବାକୁ ଯିବା ପୂର୍ବରୁ ଖାଉଥିଲେ ଛାତ୍ରୀ: ଭୁଶୁଡ଼ିଲା ମାଟିକାନ୍ଥ, ଚାଲିଗଲା ଜୀବନ

ହାଟଡିହୀ,୧୮l୩(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ଖାଉଥିବା ସମୟରେ ମାଟିକାନ୍ଥ ଭୁଶୁଡି ପଡିବାରୁ ଗ୍ରାମର ବିଷ୍ଣୁ...

ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୧୪ା୩: ଗନ୍ଧମାର୍ଦ୍ଦନ ଲୋଡ଼ିଂ ଓ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ସୋସାଇଟିର ଆର୍ଥିକ ଅନିୟମିତତା ମାମଲାରେ ଗିରଫ ବିଜେଡି ନେତା ରାଜା ଚକ୍ରଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ...

ଗଞ୍ଜେଇ ପରେ ବୌଦ୍ଧରେ ବ୍ରାଉନସୁଗାର କାରବାର: ଧରାପଡ଼ିଲେ ୩ ଅଭିଯୁକ୍ତ

ବୌଦ୍ଧ,୧୮।୩( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଗଞ୍ଜେଇ କାରବାରକୁ ନେଇ ଚର୍ଚ୍ଚାର ଥିବା ବେଳେ ଏବେ ବ୍ରାଉନସୁଗାର କାରବାର ପଦାକୁ ଆସିଛି। ବୌଦ୍ଧ ପୋଲିସ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image