ମାଲକାନଗିରିରେ ୧୨ ଘଣ୍ଟିଆ ବନ୍ଦ ପାଳନ

ମାଲକାନଗିରି,୧୬ା୮: ଶୁକ୍ରବାର ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ପାଳନ କରାଯାଇଛି। ମାଲକାନଗିରି ଜିଲା ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଚାଲିଥିବା ଅତ୍ୟାଚାର ବନ୍ଦ ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ପାଳନ ପ୍ରଭାବରେ ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ସହ ଗାଡ଼ି ଚଳାଚଳ ବନ୍ଦ ରହିଛି। ଫଳରେ ଜନସାଧାରଣ ନାନା ହଇରାଣ ହରକତ ହୋଇଛନ୍ତି। ଏହି ବନ୍ଦ ପାଳନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ।

Share