ମାଲକାନଗିରି,୧୪ା୭(ଦୁର୍ଯ୍ୟୋଧନ ପାତ୍ର): ଶୁକ୍ରବାର ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ଡାକରା ଦେଇଛି ଜିଲା କଂଗ୍ରେସ l ୫ ଦଫା ଦାବି ନେଇ ଜିଲା କଂଗ୍ରେସର ଏକ ଟିମ୍ ଗତ ୨୩ା୦୬ା୨୩ରେ ଜିଲାପାଳଙ୍କୁ ଏକ ଦାବି ପ୍ରଦାନ କରିଥିଲେ। ଜିଲାପାଳଙ୍କୁ ଦେଇଥିବା ସମୟ ସୀମା ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ କି ଆଲୋଚନା ମଧ୍ୟ କରି ନ ଥିଲେ। ଏଣୁ କଂଗ୍ରେସ ପକ୍ଷରୁ ଆଜି ଜିଲା ବନ୍ଦ ଡାକରା ଦିଆଯାଇଛି। ଚକ ଅଖ, ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ବିଦ୍ୟାଳୟ ବନ୍ଦ ରହିଛି। ୨୦୧୮ରୁ ଜିଲା ସଦର ମହକୁମା ଡାକ୍ତରଖାନାକୁ ୩୦୦ ଶଯ୍ୟା ଘୋଷଣା କରି ନାମକୁମାତ୍ର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା, ଜିଲାରେ ଶିକ୍ଷାର ଅବ୍ୟବସ୍ଥା, ଜିଲା ଭିତ୍ତିକ ନିଯୁକ୍ତି, ବିଡି କଲେଜ ନିର୍ମାଣ ହୋଇ ପାଠପଢା ଆରମ୍ଭ ନ ହୋଇ ନ ଥିବା ଏବଂ ଟାଟା ପାଓ୍ବାରର ଗରିବ ମାରଣ ନୀତି ଉପରେ ସମାଧାନ ନିମନ୍ତେ ଏହି ବନ୍ଦ ଡାକରା ଦେଇଛି କଂଗ୍ରେସ।