୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: ପୋଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି, ୫୦ ଅଟକ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦେବା ଦାବିରେ ମଙ୍ଗଳବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ସମୟରେ ପୋଲିସ ଓ ନବନିର୍ମାଣ ଯୁବଛାତ୍ର ସଂଗଠନ କର୍ମକର୍ତ୍ତା ମୁହାଁମୁହିଁ ହୋଇଛନ୍ତି । ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ସଙ୍ଗଠନର ଶତାଧୀକ କର୍ମକର୍ତ୍ତା ପିକେଟିଂ କରୁଥିବା ବେଳେ ସେମାନଙ୍କର ପୋଲିସ ସହ ଧସ୍ତାଧସ୍ତି ହୋଇଛି। ଏପରିକି ପୋଲିସ ସଙ୍ଗଠନର ସଭାପତିଙ୍କ ସମେତ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ କମକର୍ତ୍ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି।

Share