ଟ୍ରେନ ରହଣୀ ଦାବିରେ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ

ହେମଗିର,୩।୧୦(ଚୈତନ୍ୟ ପଟେଲ୍‌): ସୁନ୍ଦରଗଡ ଜିଲାସ୍ଥିତ ହେମଗିର ରେଳଷ୍ଟେସନରେ ଟ୍ରେନ ରହଣୀ ଦାବିକୁ ନେଇ ମଙ୍ଗଳବାର ରେଲଓ୍ବେ ସଂଗ୍ରାମ ସମିତି ହେମଗିର ତରଫରୁ ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପଯ୍ୟନ୍ତ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ କରାଯାଇଛି । ଏହି ଅବସରରେ କନିକାର ଦୋକାନ ବଜାର ବନ୍ଦ ରହିବା ସହିତ ଗାଡି ଚଳାଚଳ ଓ ଟ୍ରକ ଚଳାଚଳ ବନ୍ଦ ରହିଛି। ଟାଟା ଇତବାରି, ଟାଟା ବିଳାସପୁର, ଉତ୍କଳ ଏକ୍ସପ୍ରେସରେ ଗାଡି ରହଣି ପାଇଁ ୩ଦଫା ଦାବିକୁ ନେଇ ଏହି ଆନ୍ଦୋଳନ କରାଯାଇଛି । ଗତ ସେପ୍ଟେମ୍ବର ୪ରେ ଜେନେରାଲ ମ୍ୟାନେଜର ରେଲୱେ ବିଳାସପୁର ଜୋନର ଷ୍ଟେସନ ମାଷ୍ଟରଙ୍କ ଜରିଆରେ ୩ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା। ଅଞ୍ଚଳରେ ଅନେକ ଜଣ ସାଧାରଣ ତଥା ହେମଗିର ବ୍ଲକ, ଲେଫ୍ରିପଡ଼ା ବ୍ଳକ ତଥା ଅନେକ ବ୍ୟବସାୟୀ ସଂଗଠନ ଏହି ଗାଡି ଉପରେ ନିର୍ଭର କରୁୁଥିବା ସହିତ ଅନେକ ଗରିବ ଲୋକ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଟ୍ରେନ ଯୋଗେ ପଡୋଶୀ ରାଜ୍ୟ ଯାଇ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଟ୍ରେନ ଗୁଡିକ ରହଣି ବନ୍ଦ କରାଯାଇ ଥିବାରୁ ସେହି ଲୋକ ମାନେ ଆଜି ପରିବାର ଚଳାଇବା ପାଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରତେକ ଦିନ ହେମଗିର ରେଳଷ୍ଟେସନ ଠାରୁ ହଜାର ହଜାର ଲୋକ ଯିବାଆସିବା କରୁଥିବା ବେଳେ ଟ୍ରେନଗୁଡିକ ରହଣି ବନ୍ଦ କରି ଦେଇଥିବାରୁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଆନ୍ଦୋଳନ ଦ୍ବାରା ଝାରସୁଗୁଡ଼ା ଓ ଛତିଶଗଡସ୍ଥିତ ରାଇଗଡ଼ର ରେଳ ଷ୍ଟେସନରେ ଅନେକ ଟ୍ରେନ ଅଟକି ରହିଥିଲା। ଯାଦ୍ୱାରା ଅନେକ ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହି ଆନ୍ଦୋଳନରେ ଜଲା ପରିଷଦ ଅଧ୍ୟକ୍ଷ କୁନ୍ତି ପ୍ରଧାନ, ପୁର୍ବତନ ଜିଲ୍ଲା ପରିଷଦ ଉପାଦକ୍ଷ କାଶିନାଥ ରାଉତ, ବିଜେଡି ବ୍ଳକ ସଭାପତି ସୁକାନ୍ତ ପତି, ପୁର୍ବତନ ବିଧାୟକ ଯୋଗେଶ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ରେଲୱେ ସଂଗ୍ରାମ ସମିତିର ସଭାପତି ଶାନ୍ତ ଧୃଆ, ଉପ ସଭାପତି ଉପେନ୍ଦ୍ର ଭୋଇ, ଆବାହକ ମୁସ୍ତାକ ଅହମ୍ମଦ,କୋଷାଧ୍ୟକ୍ଷ ଅଜୁ ବାଜପେୟୀ, ସଂପାଦକ ମୁରଲୀଧର ପଧାନ,ଅଶୋକ ପଣ୍ଡା ସହିତ ଅଞ୍ଚଳର ହଜାର ହଜାର ଜନ ସାଧାରଣ ଓ ନିର୍ବାଚିତ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Share